huatong
huatong
mansi-mo-peta-podi-jaye-cover-image

Mo Peta Podi Jaye

Mansihuatong
PRASANT-HAL-ODISHAhuatong
الكلمات
التسجيلات
ମୋ ପେଟ ପୋଡି ଯାଏ ଭୋକ ବିକଳରେ

ମୋ ପେଟ ପୋଡି ଯାଏ ଭୋକ ବିକଳରେ, ତୁ ଷାଠିଏ ପଉଟି ରାନ୍ଧୁ

ବାହା ବାହା ରେ ମୋ ବଡ ଦେଉଳିଆ ବନ୍ଧୁ

ବାହା ବାହା ରେ ମୋ ବଡ ଦେଉଳିଆ ବନ୍ଧୁ

ମୋ ଲାଜ ଢାଙ୍କି ବାକୁ କନା ମିଳୁନାହିଁ

ମୋ ଲାଜ ଢାଙ୍କି ବାକୁ କନା ମିଳୁନାହିଁ, ତୁ ସୁନାର ମୁକୁଟ ପିନ୍ଧୁ

ବାହା ବାହା ରେ ହେ ଏ ମୋ ବଡ ଦେଉଳିଆ ବନ୍ଧୁ

ବାହା ବାହା ରେ ମୋ ବଡ ଦେଉଳିଆ ବନ୍ଧୁ..

ମନ ଭାଙ୍ଗି କ୍ଷୀର ଦଉ ଥିଲା ମା ଯେତେବେଳେ କାନ୍ଦୁଥିଲି

ସେଇ ମା ପୁଣି ଶିଖେଇଲା ଦିନେ ମା ଠୁ ତୁ ବଡ ବୋଲି

ମନ ଭାଙ୍ଗି କ୍ଷୀର ଦଉ ଥିଲା ମା ଯେତେବେଳେ କାନ୍ଦୁଥିଲି

ସେଇ ମା ପୁଣି ଶିଖେଇଲା ଦିନେ ମା ଠୁ ତୁ ବଡ ବୋଲି

ମୋ ଶୋଷ ମାରିବାକୁ..... ଉ..

ମୋ ଶୋଷ ମାରିବାକୁ ପାଣି ମିଳୁନାହିଁ

ତୋ ପାଦତଳେ ସାତ ସିନ୍ଧୁ..

ବାହା ବାହା ରେ ହେ ଏ ମୋ ବଡ ଦେଉଳିଆ ବନ୍ଧୁ

ବାହା ବାହା ରେ.. ଏ... ମୋ ବଡ ଦେଉଳିଆ ବନ୍ଧୁ..

ଗୀତା ଭାଗବତ ପୁରାଣ କହୁଚି ତୁ ଏକା ଜଗତେ ସତ

ଦୁଃଖୀ ଟିଏ ବୋଲି ତୋତେ ଭରସିଲି ଦେଖଉଛୁ ଅଧା ହାତ

ଗୀତା ଭାଗବତ ପୁରାଣ କହୁଚି ତୁ ଏକା ଜଗତେ ସତ

ଦୁଃଖୀ ଟିଏ ବୋଲି ତୋତେ ଭରସିଲି ଦେଖଉଛୁ ଅଧା ହାତ

ମୁଁ ଝୁଲି ଧରି ହାତେ.....ଏ...

ମୁଁ ଝୁଲି ଧରି ହାତେ ଭିକ ମାଗେ ତୋତେ

ତୁ କରମକୁ ମୋର ନିନ୍ଦୁ..

ବାହା ବାହା ରେ ହେ ଏ ମୋ ବଡ ଦେଉଳିଆ ବନ୍ଧୁ

ବାହା ବାହା ରେ.. ଏ.. ମୋ ବଡ ଦେଉଳିଆ ବନ୍ଧୁ..

ବାହା ବାହା ରେ ବାହା ବାହା ରେ ମୋ.. ବଡ ଦେଉଳିଆ ବନ୍ଧୁ

ବାହା ବାହା ରେ.. ଏ.. ମୋ ବଡ ଦେଉଳିଆ ବନ୍ଧୁ..

المزيد من Mansi

عرض الجميعlogo