ମିଛ ଦୁନିୟା ରେ ଯଦି ସତ କିଛି ଥାଏ
ନାରୀ ରୁପି ନାରାୟଣୀ ମା ଏକା ସିଏ
ଯଶୋଦାର ସ୍ନେହ ଦବ ବସୁଧାଠୁ ସହୁଥିବ
ଦୁଃଖରେ ଆହା କରିବ ବିପଦରେ ସାହା ହବ
ଲୁହ ଲହୁ ମୂଲ ତାର କିଏ ବା ସୁଝିବ
ମା ପରି ମା ପରି ମା ପରି କିଏ ହବ
ଯଶୋଦାର ସ୍ନେହ ଦବ ବସୁଧାଠୁ ସହୁଥିବ
ମା ପରି ମା ପରି ମା ପରି କିଏ ହବ
ଦୁଃଖରେ ଆହା କରିବ ବିପଦରେ ସାହା ହବ
ଲୁହ ଲହୁ ମୂଲ ତାର କିଏ ବା ସୁଝିବ
ମା ପରି ମା ପରି ମା ପରି କିଏ ହବ
ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ
ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ
ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ
ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ
ତା କୋଳେ ଥାଏ ସରଗ ସୁଖ
ପଣତରେ ପଛେ ଜୀବନ ଦୁଃଖ
ହଜିଥିଲେ ଖୋଜି ଦବ ଭାଙ୍ଗିଥିଲେ ଗଢି ଦବ
ଅଳି କଳି ସହୁଥିବ ଧୂଳି ଝଡି ଦଉଥିବା
ପଣତରେ ଲୁହ ପୋଛି ଓଠେ ହସ ଦବ
ମା ପରି ମା ପରି ମା ପରି କିଏ ହବ
ମାର ମମତା କରେ କଣ୍ଟାକୁବି ଫୁଲ
ସୁଝୀହୁଏ ନାହିଁ ତାର କଷଣର ମୁଲ
ମାର ମମତା କରେ କଣ୍ଟାକୁବି ଫୁଲ
ସୁଝୀହୁଏ ନାହିଁ ତାର କଷଣର ମୁଲ
ଆଶିଷ ତାର ଗଙ୍ଗାର ଧାରା
ସକାଳ ତୀର୍ଥ ଚରଣ ତାର
ସରଗଠୁ ବଡ ସିଏ ଦେଖି ମନ ପୂରିଯାଏ
ଯେତେଦିନ ସୂର୍ଯ୍ୟ ଥିବ
ଜହ୍ନ ତାର ହସୁଥିବ
ମା ସେତ ଦୁନିଆରେ ପୂଜା ପାଉଥିବ
ମା ପରି ମା ପରି ମା ପରି କିଏ ହବ
ତୁହିତ ଦେଇଚୁ ଆମ ଆଖିରେ ସପନ
ତୋ କାନିରେ ବନ୍ଧା ପରା ଆମରି ଜୀବନ
ତୁହିତ ଦେଇଚୁ ଆମ ଆଖିରେ ସପନ
ତୋ କାନିରେ ବନ୍ଧା ପରା ଆମରି ଜୀବନ
ତୋ ପାଦ ତଳେ ରଖିଛୁ ମନ
ପୂଜାରେ ତୋର କାଟିବୁ ଦିନ
ମା ତୋ ମନକୁ ଜାଣି
ପଥର କରିବୁ ପାଣି
ଏଦୁନିୟା ଦେଖୁଥିବ ଧନ୍ୟ ତତେ କହୁଥିବ
ତୋ ପାଇଁ ଲୋଡ଼ା ହେଲେ ଏ ଜୀବନ ଯିବ
ମା ପରି ମା ପରି ମା ପରି କିଏ ହବ