menu-iconlogo
huatong
huatong
avatar

Ae Prema Khali Tori Pain

Ananya Sritam Nanda/Bishnu Mohan Kabihuatong
sirnortonhuatong
Liedtext
Aufnahmen
ମୁଁ ତତେ ଖାଲି ଚାହେଁ, ତତେ ଖାଲି ଭଲ ପାଏ

ଭଲ ମୋତେ ପାଉକି ନାହିଁ?

ମୁଁ ମୋତେ ଭୁଲି ଯାଏ, ତତେ ଖାଲି ଭାବୁଥାଏ

ମୋ କଥା ତୁ ଭାବୁକି ନାହିଁ?

ଓ ସାଥିରେ, ମୋ ଗୀତରେ

ତୁ ଅଛୁରେ ମୋ ଭିତରେ

କାହାକୁ କହିବୁ ନାହିଁ

ଏ ପ୍ରେମ ଖାଲି ତୋରି ପାଇଁ

ଏ ପ୍ରେମ ଖାଲି ତୋରି ପାଇଁ

ସବୁ ରାତିରେ ଏଇ ଛାତିରେ କହେ ମୋ ସ୍ପନ୍ଦନ

ତତେ ଛାଡ଼ି ମୁଁ ଭାବି ପାରେନା ଏଇ ମୋ ଜୀବନ

ଏ ଜୀବନେ, ଏ ସପନେ ଅଛୁ ଖାଲି ତୁହି ତୁ

ଏ ମନର ସବୁ ଗଳିରେ ଭେଟୁଚିରେ ତତେ ମୁଁ

ଆ ପାଖେ ମୋର, ଥା ପାଖେ ମୋର

ଏ ଦିନ, ରାତି ସବୁ ତୋର

ତୋ ହସ ମୋର, ମୋ ହସ ତୋର

ତୋ ବିନା ଆଉ ସବୁ ପର

ଓ ସାଥିରେ, ମୋ ଆଖିରେ

ତୁ ଅଛୁରେ ମୋ ଓଠରେ

ଭୁଲି ମୁଁ ପାରିବି ନାହିଁ

ଏ ପ୍ରେମ ଖାଲି ତୋରି ପାଇଁ

ଏ ପ୍ରେମ ଖାଲି ତୋରି ପାଇଁ

ଦବାକୁ ତତେ ନଥିଲା କିଛି, ଦେଇଛି ମୋ ହୃଦୟ

ତୋ ସାଥିରେ ସରିଯାଉରେ ବାକି ଯେତେ ସମୟ

ତୋ ନାଁ ଧରି ରାତିରେ ଶୁଏ, ସକାଳୁ ମୁଁ ଉଠେରେ

ତତେ ଭାବି ମୁଁ ବାଟରେ ଚାଲେ, ତତେ ଭାବି ଝୁଣ୍ଟେ ରେ

ତୁ ଚାହିଁଦେଲେ, ତୁ ଛୁଇଁଦେଲେ

ତୋ ପ୍ରେମ ମୋତେ ଛୁଇଁ ଯାଏ

ମୋ ଦୁନିଆରେ, ମୋ ଜୀବନରେ

ମୁଁ ତତେ ଖାଲି ତତେ ପାଏ

ଓ ସାଥିରେ ମୋ ମନରେ

ତୁ ଅଛୁରେ ମୋ ସ୍ବପ୍ନରେ

ତୁ ନଥିଲେ ମୁଁ ନାହିଁ

ଏ ପ୍ରେମ ଖାଲି ତୋରି ପାଇଁ

ଏ ପ୍ରେମ ଖାଲି ତୋରି ପାଇଁ

ଏ ପ୍ରେମ ଖାଲି ତୋରି ପାଇଁ

ଏ ପ୍ରେମ ଖାଲି ତୋରି ପାଇଁ

Mehr von Ananya Sritam Nanda/Bishnu Mohan Kabi

Alle sehenlogo