menu-iconlogo
huatong
huatong
avatar

Dhali Dia Sara

Chitta Jenahuatong
stetan7huatong
Liedtext
Aufnahmen
ଢାଳି ଦିଅ ସାରା ଧରଣୀରେ ଆଜି

ତୁମରି ଆଶିଷ ଧାରା

ଅନ୍ଧାର ମନେ କଣ୍ଟକ ବନେ

ଦିଅ ଆଲୋକର ଇସାରା

ତୁମେ ତ ଅସୀମ ଆକାଶର ସମ

ସଂସାରେ ତୁମ ରୂପ ଅନୁପମ

ଦେଖିନି ଯା ଆଖି ମନେ ଅଛି ଲାଖି

ମନ ସରୋବରେ ଛାୟା ତା'ର ଲେଖି

ଆକାଶର ସେଇ ଶୂନ୍ୟତା ସାଥେ

ମିଶାଇ ମୋ ମନ ପରା

ଢାଳିଦିଅ ସାରା

ଅନ୍ଧ ମୁଁ ଯଦି ବାଟ ଯାଏ ଭୁଲି,

ଚଳାଇ ନିଅ ହେ ହାତ ମୋର ଧରି

ଆଜି ଏ ଧରାରେ ଅବସାଦ ଘେରେ

ତୁମରି ମୂର୍ଚ୍ଛନା ଖେଳୁ ମୋ ଅନ୍ତରେ

ଅହରହ ତୁମେ ପାଶେ ପାଶେ ରହ,

ତୁମେ ମୋ ଦିଗର ତାରା

ଢାଳିଦିଅ ସାରା ଧରଣୀରେ ଆଜି

ତୁମରି ଆଶିଷ ଧାରା

ଅନ୍ଧାର ମନେ କଣ୍ଟକ ବନେ

ଦିଅ ଆଲୋକର ଇସାରା

ଢାଳିଦିଅ ସାରା ଧରଣୀରେ ଆଜି

ତୁମରି ଆଶିଷ ଧାରା

Mehr von Chitta Jena

Alle sehenlogo