ବାମନ ହେଇ ମୁଁ ଛୁଇଁଥିଲି ଜହ୍ନ
ଭାବିଥିଲି ଧରି ରଖିବା ପାଇଁ
ଜହ୍ନ ଗଲା ଋଷି ଚାଲିଗଲା ଖସି
ଆକାଶେ ହଯେଇ ମାଟିରେ ଖୋଜୁଚି
ଜାଣିନି ସେ ଜହ୍ନ ଫେରିବ କି ନାହିଁ--୨
ରଜା ଝିଅ ତମେ କଣ କଲ--୨
ନାମୁଁ ଜିଇଁ ପାରୁଚି ନାମୁଁ ମରି ପାରୁଚି--୨
କଣ୍ଢେଇ ଧରେଇ ମୋତେ--୨ ଭଣ୍ଡେଇ ଦେଲ
ରଜା ଝିଅ ତମେ କଣ କଲ
ଥିଲି ପଂଜୁରିରେ ଖୋଲିଦେଲ ମୋ ଦୁଆର
ଉଡ଼ିବା ଶିଖେଇ କାଟିଦେଲ ଡେଣା ମୋର
ଥିଲି ପଂଜୁରିରେ ଖୋଲିଦେଲ ମୋ ଦୁଆର
ଉଡ଼ିବା ଶିଖେଇ କାଟିଦେଲ ଡେଣା ମୋର
ନାମୁଁ ଉଡ଼ି ପାରୁଚି ନାମୁଁ ଚାଲି ପାରୁଚି--୨
ଆକାଶ ଉଁଚାକୁ ନେଇ--୨ କଚାଡ଼ି ଦେଲ
ରଜା ଝିଅ ତମେ କଣ କଲ
ଭଲ ପାଇବାଟା ଥିଲା ବୋଧେ ମହୁଲି ନିଶା
ସେ ନିଶାରେ ହଜି ଆଜି ହେଲି ଲୋକହସା
ଭଲ ପାଇବାଟା ଥିଲା ବୋଧେ ମହୁଲି ନିଶା
ସେ ନିଶାରେ ହଜି ଆଜି ହେଲି ଲୋକହସା
ନାମୁଁ ଏକୁଳ ହେଲି ନାମୁଁ ସେକୁଳ ହେଲି--୨
ମଝି ଦରିଆରେ ମୋତେ--୨ ଭସେଇ ଦେଲ
ରଜା ଝିଅ ତମେ କଣ କଲ--୩