ଜୀବନ ସଉଦା ଶିଖେଇକି ଅଧା
ମୋ ହାତ ଦେଲୁ ଛାଡ଼ି
ଜୀବନ ତୋ ବିନା କରୁଚି ଛଳନା
ମୋ ବାଟ ଯାଏ ହୁରି
ଡାକେ ମୁଁ ଅନ୍ଧାରରେ ଖାଲି ତୋରି ନାଁ
ବା', ଏ ବା', ଫେରିଆ, ଫେରିଆ
ବା', ଏ ବା', ଫେରିଆ
ମୁଣ୍ଡ ଫଟା ଖରାବେଳେ ତୁ ଜାବୁଡ଼ି ଧରିନେଲେ
ତୋରି ବାହୁରେ ଛାଇ ମୋତେ ମିଳେ
ତୋ ସେନେହ ସିନ୍ଧୁକରୁ ସବୁ ଖୁସି ଦେଲା ପରେ
ତୁ ନିଜ ପାଖେ କିଛି ରଖିନୁ ରେ
ତୋ ବିନା ମୋ ପୃଥିବୀ ଲାଗେ ଖାଁ-ଖାଁ
ବା', ଏ ବା', ଫେରିଆ, ଫେରିଆ
ବା', ଏ ବା', ଫେରିଆ
(କଣ୍ଟା ବାଟରେ ଯିଏ ଫୁଲ ଚନ୍ଦନ ଟିଏ)
(ଜାଣ କି ତା ନାଁ?)
(ହିମାଳୟ ବରଫରେ ସକାଳ ଖରା ପରି)
(ଉଷୁମ ତା ଛୁଆଁ)
ଧୂଳି ଧୂଳି କୁହୁଡ଼ିରେ
କାହିଁ ତୋ ଛାଇ ଦିଶେରେ
ଛୁଇଁବାକୁ ଗଲେ ଭାସି ଯାଏ ଦୁରେ
ସମୟଟା ଦେଲା ଠକି
ପାରିଲିନି ତତେ ରଖି
ଥିଲା କେତେ କଥା
ରହିଗଲା ବାକି
ମୋ ଆଖି ସାରା ବାଲି ବାଲି, କରିଦେ ଆଫା
ବା', ଏ ବା', ଫେରିଆ, ଫେରିଆ
ବା', ଏ ବା', ଫେରିଆ
(କଣ୍ଟା ବାଟରେ ଯିଏ ଫୁଲ ଚନ୍ଦନ ଟିଏ)
(ଜାଣ କି ତା ନାଁ?)
(ହିମାଳୟ ବରଫରେ ସକାଳ ଖରା ପରି)
(ଉଷୁମ ତା ଛୁଆଁ)
ବା', ମୋ ବା'