menu-iconlogo
huatong
huatong
avatar

Mora Nahin Sehi Radha Rani Bhaba

Ira Mohantyhuatong
richelleohuatong
Lyrics
Recordings
ମୋର ନାହିଁ ସେଇ ରାଧାରାଣୀ ଭାବ

ମୋର ନାହିଁ ସେଇ ରାଧାରାଣୀ ଭାବ

ତତେ କେମିତି ଡାକିବି କହ ରାଧାମାଧବ

ମୋର ନାହିଁ ସେଇ ମୀରାବାଇ ଭାବ

ମୋର ନାହିଁ ସେଇ ମୀରାବାଈ ଭାବ

ତତେ କେମିତି ଡାକିବି କହ କୃଷ୍ଣକେଶବ

ମୁଁ ନାରୀଟିଏ ତୁ ନାରାୟଣ

ମୁଁ ଦେହ ହେଲେ ତୁ ମୋର ପ୍ରାଣ

ତୁ ଅଗତିର ଗତି ମୋର ଧନ

କଳାମାଧବ ମାଧବ କଳାମାଧବ

ମୋର ନାହିଁ ସେଇ ରାଧାରାଣୀ ଭାବ

ମୋର ନାହିଁ ସେଇ ରାଧାରାଣୀ ଭାବ

ତତେ କେମିତି ଡାକିବି କହ ରାଧାମାଧବ ରାଧାମାଧବ

ମୁଁ ମୁଁ ମୁଁ ରଙ୍କୁଣିଟେ

ତୁ ତୁ ତୁ ରଙ୍କନିଧି

ତୋ ଭାବରେ ଦେଇଛୁ ଛନ୍ଦି...

ମୁଁ ମୁଁ ମୁଁ ଯୋଗିଆଣୀ

ତୁ ତୁ ତୁ ମହାବାହୁ

ମୋ ଥାଳ ଦବୁନି ଭାଙ୍ଗି...

ମୋ କଣ୍ଠରେ ତୁ ଭଜନ କୀର୍ତ୍ତନ

ତୁ ମୋ ଗୀତା ଭାଗବତ ପ୍ରବଚନ

ତୋ ସାଥେ ବନ୍ଧା ମୋର ଏ ଜୀବନ

ଦୀନବାନ୍ଧବ ବାନ୍ଧବ ଦୀନବାନ୍ଧବ

ମୋର ନାହିଁ ସେଇ ରାଧାରାଣୀ ଭାବ

ମୋର ନାହିଁ ସେଇ ରାଧାରାଣୀ ଭାବ

ତତେ କେମିତି ଡାକିବି କହ ରାଧାମାଧବ ରାଧାମାଧବ

ତୁ ତୁ ତୁ ମୋ ଚନ୍ଦନ

ତୁ ତୁ ତୁ ମୋ ତୁଳସୀ

ତୁ ମୋର କୈବଲ୍ୟ ପାଣି...

ତୁ ତୁ ତୁ ଗଳାମାଳି

ମୋ ମୋ ମୋ ଆଶାବାଡି

ତୁ ମୋର ନୟନ ମଣି...

ମୁଁ ସାରିଟିଏ ତୁ କଳା ଶ୍ରୀହରି

ତତେ ଭଜି ଭଜି ପ୍ରାଣ ଯାଉ ଛାଡି

ଆତ୍ମା ଖୋଜେ ମୋର ତୋ ବିଷ୍ଣୁ ପଞ୍ଜୁରୀ

କଳାସାଧବ ସାଧବ କଳାସାଧବ

ମୋର ନାହିଁ ସେଇ ରାଧାରାଣୀ ଭାବ

ମୋର ନାହିଁ ସେଇ ରାଧାରାଣୀ ଭାବ

ତତେ କେମିତି ଡାକିବି କହ ରାଧାମାଧବ

ମୋର ନାହିଁ ସେଇ ମୀରାବାଈ ଭାବ

ମୋର ନାହିଁ ସେଇ ମୀରାବାଈ ଭାବ

ତତେ କେମିତି ଡାକିବି କହ କୃଷ୍ଣକେଶବ

ମୁଁ ନାରୀଟିଏ ତୁ ନାରାୟଣ

ମୁଁ ଦେହ ହେଲେ ତୁ ମୋର ପ୍ରାଣ

ତୁ ଅଗତିର ଗତି ମୋର ଧନ

କଳାମାଧବ ମାଧବ କଳାମାଧବ

More From Ira Mohanty

See alllogo