ଗୁହାରୀ ଶୁଣ ଭଗବାନ ବଧିର ହେଲକି ନଶୁଣ--୨
ଶୁଣ ଥରେ ମୋର ଜଣାଣ--୨
ବଧିର ହେଲକି ନଶୁଣ
ଗୁହାରୀ ଶୁଣ ଭଗବାନ ବଧିର ହେଲକି ନଶୁଣ
ଗଭୀର ଜଳରେ ଗଜ ଡ଼ାକଦେଲା
ଚକ୍ର ପେଶି ଗ୍ରହ ନାସିଲେ ଆପଣ
ଗହନ ବନରେ ହରିଣୀ ଡାକିଲା
ଘୋର ବିପତିରୁ କଲହେ ତାରଣ
ମୋ ପାଇଁକି ହେଲ ପାଷାଣ
ଗୁହାରୀ ଶୁଣ ଭଗବାନ ବଧିର ହେଲକି ନଶୁଣ--୨
ପ୍ରହଲ୍ଲାଦ ଡ଼ାକେ ନରସିଂଘ ରୂପ
କରିଥିଲ ପରା ତୁମେହେ ଧାରଣ
କୁରୁସଭା ତଳେ ଦ୍ରୌପଦୀ ଡ଼ାକିଲେ
ରକ୍ଷା କଲ ପ୍ରଭୁ ଅବଳାର ମାନ
ଦୁଃଖ ମୋର କର ମୋଚନ
ଗୁହାରୀ ଶୁଣ ଭଗବାନ ବଧିର ହେଲକି ନଶୁଣ--୨
ଶୁଣ ଥରେ ମୋର ଜଣାଣ--୨
ବଧିର ହେଲକି ନଶୁଣ
ଗୁହାରୀ ଶୁଣ ଭଗବାନ ବଧିର ହେଲକି ନଶୁଣ--୨
ବଧିର ହେଲକି ନଶୁଣ
ବଧିର ହେଲକି ନଶୁଣ