ତୁ ମୋର..
ସ୍ବପ୍ନର
ସୁନେଲି ସନ୍ଧ୍ୟା
ଦେଇଛି ମୁଁ ତୋର ନାଁ..ରଜନୀଗନ୍ଧା
ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା
ଦେଇଛି ମୁଁ ତୋର ନାଁ..ରଜନୀଗନ୍ଧା
ରଜନୀଗନ୍ଧା--୩ ରଜନୀଗନ୍ଧା
ସବୁଜ ଏ ତରୁ ଲତା ସବୁଜ ଏଇ ବନ--୨
ହୋ..ସବୁଠୁ ବେଶି ସବୁଜ
ତୋର ଏ ଅବୁଝା ମନ
ତୋ ଆଖିରେ ଦେଖିଛି ମୁଁ ସପନର ଭିଡ଼..
ତୁ ଦେଇଛୁ ଜୀବନକୁ ନୁଆ ଏକ ମୋଡ଼
ତୁ ମୋର ଚପଳ ଛନ୍ଦା..ରଜନୀଗନ୍ଧା
ରଜନୀଗନ୍ଧା--୩ ରଜନୀଗନ୍ଧା
ମୋର ଏ ଗୀତର ଢେଉ ଅଳସ ଯେବେ ଭାଙ୍ଗେ--୨
ହୋ..ତୋର ସେ କଅଁଳ ପାଦେ
ରୁମ ଝୁମ ନୁପୁର ବାଜେ
ଏ ଜୀବନେ ଆସୁ ଝଡ଼ ଆସୁ ଯେତେ ବାଧା..
ତୋର ମୋର ଗଳ୍ପ କେବେ ରହିବନି ଅଧା
ତୁ ମୋର ଅଳକା ନନ୍ଦା..ରଜନୀଗନ୍ଧା
ରଜନୀଗନ୍ଧା--୩ ରଜନୀଗନ୍ଧା
ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା
ଦେଇଛି ମୁଁ ତୋର ନାଁ..ରଜନୀଗନ୍ଧା
ରଜନୀଗନ୍ଧା--୩ ରଜନୀଗନ୍ଧା--୩