menu-iconlogo
huatong
huatong
avatar

Aee Akhi Tate Khojuchi

S Jituhuatong
legumbres5huatong
Lyrics
Recordings
ମୋ ଜୀବନରୁ ତୁ ଚାଲିଗଲା ପରେ

ସବୁ ଫିକା-ଫିକା ଲାଗୁଛି

ହୋ, ମୋ ଜୀବନରୁ ତୁ ଚାଲିଗଲା ପରେ

ସବୁ ଫିକା-ଫିକା ଲାଗୁଛି

ମୋ ହାତକୁ ତୁ ଛାଡ଼ି ଦେଲା ପରେ

ଭାରି ଏକା-ଏକା ଲାଗୁଛି

ଜାଣେନା କାହିଁକି ଯେ ଏମିତି ହଉଛି

ଶୂନ୍ୟତା ଏଇ ମନରେ ମୋ ଘର କରିଛି

ତୋ ବିନା ମୋ ନିଶ୍ବାସ ବି ଅଟକି ଯାଇଛି

ତୋ କଥା ଭାରି ମନେ ପଡୁଛି

ଏଇ ଆଖି ବି ତତେ ଖୋଜୁଛି

ହଁ ତତେ ହିଁ, ଖାଲି ତତେ ମୁଁ ଭଲ ପାଉଛି

ତୋ କଥା ଭାରି ମନେ ପଡୁଛି

ଏଇ ଆଖି ବି ତତେ ଖୋଜୁଛି

ହଁ ତତେ ହିଁ, ଖାଲି ତତେ ମୁଁ ଭଲ ପାଉଛି

ଜୀବନରେ କେବେ ଭାବି ମୁଁ ନଥିଲି

ଏ ଦିନ ଆସିବ ବୋଲି

ଆମ ଏ ପ୍ରେମକୁ ଅଧାରେ ଛାଡ଼ି ତୁ

ଏମିତି ଯିବୁ ଲୋ ଚାଲି

ହୋ, ଜୀବନରେ କେବେ ଭାବି ମୁଁ ନଥିଲି

ଏ ଦିନ ଆସିବ ବୋଲି

ଆମ ଏ ପ୍ରେମକୁ ଅଧାରେ ଛାଡ଼ି ତୁ

ଏମିତି ଯିବୁ ଲୋ ଚାଲି

ଦେଖିଯା ତୋ ବିନା କେତେ ଦୁଃଖରେ ଅଛି

ଶୁଣିଯା ଆଜି ବି ତତେ ଭଲ ପାଉଛି

ତୁ ଗଲା ପରେ ସମୟ ବଦଳି ଯାଇଛି

ତୋ କଥା ଭାରି ମନେ ପଡୁଛି

ଏଇ ଆଖି ବି ତତେ ଖୋଜୁଛି

ହଁ ତତେ ହିଁ, ଖାଲି ତତେ ମୁଁ ଭଲ ପାଉଛି

ତୋ କଥା ଭାରି ମନେ ପଡୁଛି

ଏଇ ଆଖି ବି ତତେ ଖୋଜୁଛି

ହଁ ତତେ ହିଁ, ଖାଲି ତତେ ମୁଁ ଭଲ ପାଉଛି

ଯେତେ ମୁଁ ଚାହିଁଲେ ଆମ ସ୍ମୃତି ସବୁ

କେବେବି ପାରୁନି ଭୁଲି

ଏଇ ମୋ ହୃଦୟ ସେବେଠାରୁ ସତେ

ସେମିତି ପଡ଼ିଛି ଖାଲି, ହୋ-ହୋ-ଓ

ଯେତେ ମୁଁ ଚାହିଁଲେ ଆମ ସ୍ମୃତି ସବୁ

କେବେବି ପାରୁନି ଭୁଲି

ଏଇ ମୋ ହୃଦୟ ସେବେଠାରୁ ସତେ

ସେମିତି ପଡ଼ିଛି ଖାଲି

ରହିଯା ମୋ ଛାତି ତଳେ ଜାଗା ଦଉଛି

ଅବୁଝା ଏଇ ମନ ଖାଲି ତତେ ଝୁରୁଛି

ମୋ ପାଦ ଆଉ ଆଗଉନି ପଛକୁ ଫେରୁଛି

ତୋ କଥା ଭାରି ମନେ ପଡୁଛି

ଏଇ ଆଖି ବି ତତେ ଖୋଜୁଛି

ହଁ ତତେ ହିଁ, ଖାଲି ତତେ ମୁଁ ଭଲ ପାଉଛି

ହା, ତୋ କଥା ଭାରି ମନେ ପଡୁଛି

ଏଇ ଆଖି ବି ତତେ ଖୋଜୁଛି

ହଁ ତତେ ହିଁ, ଖାଲି ତତେ ମୁଁ ଭଲ ପାଉଛି

More From S Jitu

See alllogo