Na Re Jibana Na
Singer :- Sourav Bharadwaj
Music :- Omm Prasad Mishra
Lyrics :- Soumya Ranjan Bal
Producer:- Sanjib Kumar Lenka
Production:- RCN Media
ହାରି ମୁଁ ଯାଇଚି ମିଛ ପ୍ରେମ ଆଗରେ
ପ୍ରେମ ପ୍ରତିଶ୍ରୁତି ଟା ପ୍ରତାରଣା ହେଲା ରେ
ଆଗ ଭଳି ଆଉ ନାହିଁ ମୁଁ
ପଥର ଯାଇଚି ହେଇ ମୁଁ
ପଛ କଥା କୁ ଆଉ ଜମା
ମନେ ତୁ ପକାନା
ନା ନା ନା ନା ରେ ଜୀବନ ନା ନା ନା
ଦାଉ ସାଧେନା
Music
ଭାଙ୍ଗିଲେ କାଚ ଟା ଯୋଡି ସିନା ହୁଏ ରେ
ଭାଙ୍ଗିଲେ ମନ ଟା କିଏ ଯୋଡି ପାରେ ରେ
ହୃଦୟ ର କାନ୍ଦଣା ଶୁଣିବ କିଏ ରେ
ଆପେ ବୁଝି ଆଖି ଟା ଲୁହ ଢାଳି ଦିଏ ରେ
ଅଭିଶାପ ବୋଧେ ପାଇଚି
ଏଇ ଜନମ ରେ କାନ୍ଦୁଚି
ନିଜ ଠାରୁ ଯେ ଚିହ୍ନା ଥିଲା
ହେଲା ସିଏ ଅଚିହ୍ନା
ନା ନା ନା ନା ରେ ଜୀବନ ନା ନା ନା
ଦାଉ ସାଧେନା
Music
ସେ ଥିଲା ଦିନେ ମୋ ବଞ୍ଚିବାର ସାହାରା
ତା ପାଇଁ ହେଇଚି ଅଚିହ୍ନା ମୋ ଚେହେରା
ଭୁଲି ସବୁ ଯାଇଚି କିଏ ଥିଲା ନିଜର
ଯେବେ ଠାରୁ ହେଇଚି ତା ପାଇଁ ବେଘର
ବୁଝିଚିରେ ପ୍ରେମ କାରଣ
ଅତି ପ୍ରେମ ଧୋକା ଲକ୍ଷଣ
ପ୍ରେମ ଆଉ ମୁଁ କରିବିନି
ମନ କରିଛି ମନା
ନା ନା ନା ନା ରେ ଜୀବନ ନା ନା ନା
ଦାଉ ସାଧେନା