menu-iconlogo
huatong
huatong
Lyrics
Recordings
ହୋ ହୋ ହୋ

ଲା ଲା ଲା ...

ହୁଁ ହୁଁ ହୁଁ

ରା ରା ରା...

ଜୟ ଜଗନ୍ନାଥ

ନିଜେ ଦୁଃଖେ ରହି ଆମକୁ ହସାଏ ଜାଣିଛ କି ତାର ନାଁ

ନିଜେ ଭୋକେ ରହି ଆମକୁ ଖୁଆଏ ଜାଣିଛ କି ତାର ନାଁ

ସିଏ ମା ଆମ ମା

ସିଏ ମା ଆମ ମା

ମନ ଯାର ମମତାର ସାତ ସାଗର

ଝରୁଥାଏ ଟୋପା ଟୋପା ଅମୃତ ଝର

ଯା ପାଦେ ମଥା ପାତେ ଏହି ସାରା ଦୁନିଆଁ

ମା ଆମ ମା

ସିଏ ମା ଆମ ମା

ହୋ ହୋ ହୋ ଲା ଲା ଲା

ମା ବୋଲି ଏଇ ଗୋଟେ ଅକ୍ଷର ଦୁନିଆଁ ରେ ସବୁଠାରୁ ମଧୁର

ପଣତରେ ସିଏ ଘୋଡେଇ ଦେଲେ ଛୋଟ ଲାଗେ ଏଇ ସାରା ସଂସାର

ହୋ.. ମା ବୋଲି ଏଇ ଗୋଟେ ଅକ୍ଷର ଦୁନିଆଁ ରେ ସବୁଠାରୁ ମଧୁର

ପଣତରେ ସିଏ ଘୋଡେଇ ଦେଲେ ଛୋଟ ଲାଗେ ଏଇ ସାରା ସଂସାର

ଧନ ବୋଲି କହି ଥରେ ଦେଲେ ସେ ଡାକ

ସରିଯାଏ ଜୀବନର ଅସରା ଦୁଃଖ

ତାର ଗାଳି ଫୁଲ ଭଳି ଆହା କଁଅଳ ଛୁଆଁ

ମା ଆମ ମା

ସିଏ ମା ଆମ ମା

ସକାଳର ପକ୍ଷୀ ଫେରେ ସଞ୍ଜକୁ ଖୋଜି ଖୋଜି ସେଇ ମା କୋଳକୁ

ସେ କୋଳରେ ଥରେ ଯିଏ ଝୁଲିଛି ଜୀବନରେ ଡରି ନାହିଁ କାହାକୁ

ହୋ.. ସକାଳର ପକ୍ଷୀ ଫେରେ ସଞ୍ଜକୁ ଖୋଜି ଖୋଜି ସେଇ ମା କୋଳକୁ

ସେ କୋଳରେ ଥରେ ଯିଏ ଝୁଲିଛି ଜୀବନରେ ଡରି ନାହିଁ କାହାକୁ

ବୁକୁ ଚିରି ଢାଳି ଦିଏ କ୍ଷୀର ଝରଣ

ସୁଝିବାକୁ କହେ ନାହିଁ ସେ କ୍ଷୀର ଋଣ

କହେ ଯିଏ ଦବୁ ଖାଲି ମୋର ମୁହଁରେ ନିଆଁ

ମା ଆମ ମା

ସିଏ ମା ଆମ ମା

ହୋ ହୋ ହୋ ଲା ଲା ଲା

ହୁଁ ହୁଁ ହୁଁ ରା ରା ରା

More From Udit Narayan/Abhijit Majumdar/Tapu Mishra/Bibhu Kishore

See alllogo