menu-iconlogo
huatong
huatong
antara-chakrabortyjyotirmayee-nayak-ama-gaon-jhiya-khanti-gua-ghia-cover-image

Ama Gaon Jhiya Khanti Gua Ghia

Antara Chakraborty/Jyotirmayee Nayakhuatong
karenmay2huatong
Letras
Grabaciones
ଶୁଣ ଲୋ ସଖି ଆମ ଗାଁ କଥା

ଶୁଣିଲେ ଲାଗେ ପୁରାଣ ଗୀତା

ଆମ ଏ ମନ ଫୁଲ ଗଜରା

ସ୍ନେହ ସୁତାରେ ସଭିଏଁ ଗୁନ୍ଥା

ଆମ କୁଆଁର ପୁନେଇ, ଆମ ଚାନ୍ଦଖଈ ପୂଜା

ପୁଣି ଖୁଦୁରୁକୁଣୀରେ କେତେ ଫୁଲ ତୋଳା ମଜା

ଆମ ଜହ୍ନି ଆଶା ଗୀତ, ଜହ୍ନ ରାତି ପୁଚି ଖେଳ

ଆମ ରାଜଦୋଳି ଗୀତ, ଆମ ସାଙ୍ଗ ସାଥି ମେଳ

ଆମ ଗାଁ ମାଟି ପାଣି, ଆମ ଗାଁ ପବନ

ଆଜିଯାଏଁ ଆମ ଦେହେ ଦେଇଛି ଜୀବନ

କେମିତି ଭୁଲିବ କହ ଲୋ

ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ

ଆମ ପରି କେହି ନୁହଁ ବଉଳ ଲୋ

ଆରେ, ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ

ଆମ ପରି କେହି ନୁହଁ ବଉଳ ଲୋ

ମନେ ପଡୁଛି frock ପିନ୍ଧା, ତବଲା ବେଣୀ ribbon ବନ୍ଧା

ଯେବେ ୪ ଟା ବାଜିଲେ School ଛୁଟି ଘଟେ, ବାଜୁଥିଲା ଟିଙ୍ଗ୍-ଟିଙ୍ଗ୍

ଖୁସିରେ ଆମର ଛାତି ଭିତରଟା ହଉଥିଲା କ୍ରିଙ୍ଗ୍-କ୍ରିଙ୍ଗ୍

ଗାଁ ପୁଅ ସବୁ ଆମ ବାଟ ଜଗି ହଉଥିଲେ ଟିଙ୍ଗ୍-ଟିଙ୍ଗ୍

ଗାଁ ମୁଣ୍ଡର ମନ୍ଦିର ବେଢା, ଥିଲା ଲୋ ଆମ ଖେଳର अड्डा

କେତେଯେ ରାଗ ରୁଷା, କେତେ ଯେ ଗୁମାନ

ଆଜିବି ଅପାସୁରା ସେଇ ପିଲା ଦିନ

ପାସୋରି କି ହବ କାହା ଲୋ

ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ

ଆମ ପରି କେହି ନୁହଁ ବଉଳ ଲୋ

ଆରେ, ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ

ଆମ ପରି କେହି ନୁହଁ ବଉଳ ଲୋ

ଝିଅ ଜନମ ପର ଘରକୁ, ଦିହି ଲେଖିଛି କାଳ କାଳକୁ

କୁଆଁରୀ ଖେଳ ଅଢେଇ ଦିନ, କାଲିକି ହବ ସାତ ସପନ

ସଖି, ଆଲୋ ସଖି ହବ ଦିନେ ବାହାଘର

ଛାଡି ଏଇ ଗାଁ ମାଟି ଚାଲିଯିବ ଶାଶୁଘର

ଦୁଇ କୂଳ ଦୁହିତା, ଆମେ ଲୋ ଦୁହିତା

କହିବା ଶାଶୁ ଘରେ ଆମ ଗାଁ କଥା

ସୁଖାନି ଆଉ ତୋ ମୁହଁ ଲୋ

ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ

ଆମ ପରି କେହି ନୁହଁ ବଉଳ ଲୋ

ଆରେ-ରେ-ରେ, ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ

ଆମ ପରି କେହି ନୁହଁ ବଉଳ ଲୋ

(ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ)

(ଆମ ପରି କେହି ନୁହଁ ବଉଳ ଲୋ)

(ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ)

(ଆମ ପରି କେହି ନୁହଁ ବଉଳ ଲୋ)

Más De Antara Chakraborty/Jyotirmayee Nayak

Ver todologo

Te Podría Gustar