ଚାଲିରେ ତୋର ପଦ୍ମ ଫୁଟେ
Odia New Lovely Romantic Song
Singer= Debesh Pati & Aseema Panda
Design by Shree….
ପୁ- ହୋ .... ହୋ..... ହୋ.....
ଝି- ହୋ .... ହୋ.....ହୋ.....
ପୁ- କେଉଁ ବିଧାତାର ହାତ ଗଢା
କୁହୁକ କଣ୍ଢେଇ ତୁ..
ଝି- କେଉଁ ଲେଖକ ର ମନ ଗଢା
ଗପ ର ନାୟକ ତୁ ..
ପୁ- କେଉଁ ବିଧାତାର ହାତ ଗଢା
କୁହୁକ କଣ୍ଢେଇ ତୁ..
ଝି- କେଉଁ ଲେଖକ ର ମନ ଗଢା
ଗପ ର ନାୟକ ତୁ ..
ପୁ -ରୂପ ରାଇଜ ରାଜ କୁମାରୀ
ଝି.... ସାଜିଛି ତୋର ମନ ମୟୂରୀ
ମୋ ମନ ମଣିଷ ତୁ
ପୁ- ଚାଲିରେ ତୋର ପଦ୍ମ ଫୁଟେ ହସ ରୁ ଝରେ ମହୁ
ଝି... ଜହ୍ନ ଜୋଛନା ଲାଜେଇ ଯାଏ ତତେ ଟିକେ ଛୁଉଁ ଛୁଉଁ ଛୁଉଁ ଛୁଉଁ
------------------------------------------------------------------------
-----------------------------------------------------------------------
ପୁ- ମିଠା ମିଠା ତୋର କଥା କେଇ ପଦ
ମନ ମୋର ନେଲା କିଣି
ମନ ଦଉ ଦଉ ପ୍ରେମ ହେଇଗଲା
ପାରିଲିନି ଜମା ଜା.....ଣି
ଝି- ଜହ୍ନ ମାମୁ ବହି କାହାଣୀ ର ସେଇ
ଆମେ ଦୁହେଁ ରାଜା ରାଣୀ
ହୃଦୟରେ ତୋର ଜାଗା ଟିଏ ଦେଇ
କରି ଦେଲୁ ମୋତେ ଋଣୀ
ପୁ- ସ୍ବପ୍ନ କୁମାରୀ ମୋ ମନ ସାରି
ଝି-ଗଢିଦେ ମୋତେ ସୁନା ପଞ୍ଜୁରୀ
ତୋ ପ୍ରେମ ବନ୍ଦିନୀ ମୁଁ
ପୁ- ଚାଲିରେ ତୋର ପଦ୍ମ ଫୁଟେ ହସ ରୁ ଝରେ ମହୁ
ଝି- ଜହ୍ନ ଜୋଛନା ଲାଜେଇ ଯାଏ ତତେ ଟିକେ ଛୁଉଁ..ଛୁଉଁ..ଛୁଉଁ..ଛୁଉଁ
--------------------------------------------------------------------------
--------------------------------------------------------------------------
ଝି- ଶୁଖା ଶୁଖା ଥିଲା ମନ ମରୁଭୂମି
ସlଜିଲ ତୁମେ ମୌସୁମୀ
ଖୋଲା ଆକାଶରେ ଉଡ଼ିଯିବା ଦୂରେ
ଆମେ ଦୁହେଁ ନୂଆ ପ୍ରେମୀ
ପୁ-ସାଧା ସିଧା ଏଇ ଜୀବନରେ ମୋର
ଉପହାରଟେ ତୁ ଦାମୀ
କିଏସେ ଗଢ଼ିଛି ତୋ ରୂପ ଲାବଣ୍ୟ
ରଖିନି ଟିକିଏ କମି
ଝି-ତୁ ମୋର ଶଙ୍ଖା ତୁ ସିନ୍ଦୁର
ପୁ-ତୋ ପାଇଁ ଖୋଲା ମନ ମନ୍ଦିର
ତୋ ପ୍ରେମ ପୂଜାରୀ ମୁଁ ...
ପୁ- ଚାଲିରେ ତୋର ପଦ୍ମ ଫୁଟେ ହସ ରୁ ଝରେ ମହୁ
ଝି- ଜହ୍ନ ଜୋଛନା ଲାଜେଇ ଯାଏ ତତେ ଟିକେ ଛୁଉଁ..ଛୁଉଁ..ଛୁଉଁ..ଛୁଉଁ
ପୁ- ହୋ .... ହୋ..... ହୋ.....
ଝି- ହୋ .... ହୋ.....ହୋ.....(2)
-----------------------------------
-----------------------------------