menu-iconlogo
logo

SEI GAPA THILA SEI GAPA ACHHI

logo
Letras
ସେଇ ଗପ ଥିଲା ସେଇ ଗପ ଅଛି

ତୁ ବଦଳି ଗଲୁ ମୁଁ ସେମିତି ଅଛି

ଭାବୁଚୁ ତୁ ଯାହା ଆ ଆ ଆ

ସତ ନୁହଁ କିଛି

ସେଇ ଗୀତ ଥିଲା ସେଇ ଗୀତ ଅଛି

ତୁ ବଦଳି ଗଲୁ ମୁଁ ସେମିତି ଅଛି

ଭାବୁଚୁ ତୁ ଯାହା ଆ ଆ ଆ

ସତ ନୁହଁ କିଛି

ପ୍ରେମ ତୋ ପାଇଁ ଗୋଟେ ବାହାନା

ପ୍ରେମ ତୋ ପାଇଁ ଖେଳନା

ଭଲ ପାଇବା କଥା ରଖିବା

ସବୁ ତୋ ସାଥେ ଛଳନା

କେମିତି କହିବି କେତେ ଝୁରେ ଏ ମନ

ଭାରି ଅସହାୟ ତୋ ବିନା ଜୀବନ

ସାଥୀ ହେଇକି ଯାହା ତୁ ଦେଲୁ

ଶତ୍ରୁ ହେଲେବି ଦେବନି

ଏବେ ତୋ ବାଟ ଆଉ ମୋ ବାଟ

କେବେ ଏକାଠି ହବନି

କିଏସେ କାହିଁକି ଗଢି ଥିଲା ଏ ଖେଳ

ନାଁ ଦେଲା ପ୍ରେମ ଅଢେଇ ଅକ୍ଷର

ସେଇ ପ୍ରେମ ଥିଲା ସେଇ ପ୍ରେମ ଅଛି

ତୁ ବଦଳି ଗଲୁ ମୁଁ ସେମିତି ଅଛି

ଭାବୁଛୁ ତୁ ଯାହା ଆ ଆ ଆ

ସତ ନୁହଁ କିଛି

ପ୍ରେମ ହାରିଲା ପ୍ରେମ ମରିଲା

ପ୍ରେମ ଆଜିଠୁଁ ସରିଲା

ମାଗି ଥିଲି ମୁଁ ରଙ୍ଗ ଫଗୁଣ

ଲୁହ ବରଷା ଝରିଲା

ଏଇ ମିଳନ ତ ଆମ ଯୁଗଯୁଗର

ତା ଠାରୁ ବିରହ ହେଲା ବେଶି ନିଜର

ତତେ ମାଗିଲି ଟିକେ ବିଶ୍ୱାସ

ଦେଲୁ ବିଷରେ ଭସେଇ

ତୁ ଆକାଶ ମୁଁ ପୃଥିବୀ

କିଏ ପାରିବ ମିଶେଇ

ଦିନ ତ ସରୁଚି ସରି ଯାଉଛି ରାତି

ଜାଲୁଚି ମାରୁଚି ସେଇ ଅଭୁଲା ସ୍ମୃତି

ସେଇ ସ୍ମୃତି ଥିଲା ସେଇ ସ୍ମୃତି ଅଛି

ତୁ ବଦଳି ଗଲୁ ମୁଁ ସେମିତି ଅଛି

ଭାବୁଚୁ ତୁ ଯାହା ଆ ଆ ଆ

ସତ ନୁହଁ କିଛି