menu-iconlogo
huatong
huatong
avatar

Kanchi Re Kanchi Re

Sourin Bhatt/Sohini Mishrahuatong
nati74huatong
Letras
Grabaciones
ହୁଁ, ଚୁପ୍-ଚୁପ୍ ଗୁମସୁମ୍ ଏ ମନ କହେ

ଲୁଚି-ଲୁଚି ତତେ ଭଲପାଏ

ଯେତେ ତୋ′ଠାରୁ ମୁଁ ଦୁରେ ଯାଏ

ସେତେ ବେଶି କାଇଁ ଖୋଜୁଥାଏ?

ହୋ, ଏ କି ଋତୁ ଆଇଲା?

ତତେ ମତେ ଛୁଇଁଲା

ଛାତି ତଳେ ତୋ ପାଇଁକି ହୁଏ କିଛି-କିଛି ରେ

କାଞ୍ଚି ରେ, କାଞ୍ଚି ରେ

ଚାହେଁନା ମୁଁ କିଛି ରେ

ସାରା ଜୀବନକୁ ମନ ନେଲା ତତେ ବାଛି ରେ

କାଞ୍ଚି ରେ, କାଞ୍ଚି ରେ

ଚାହେଁନା ମୁଁ କିଛି ରେ

ସାରା ଜୀବନକୁ ମନ ନେଲା ତତେ ବାଛି ରେ

ଚୁପ୍-ଚୁପ୍ ଗୁମସୁମ୍ ଏ ମନ କହେ

ଲୁଚି-ଲୁଚି ତତେ ଭଲପାଏ

ଯେତେ ତୋ'ଠାରୁ ମୁଁ ଦୁରେ ଯାଏ

ସେତେ ବେଶି କାଇଁ ଖୋଜୁଥାଏ?

ହଁ, କେବେଠାରୁ ଆଖିରେ ମୋ ତୋଳିଦେଲୁ ଘର

ମନେ ପକେଇଲେ ମନେ ପଡୁନାହିଁ ମୋର

ହୋ, ଏ କି ମିଳା-ମିଶା କହ ଦୁଇ ହୃଦୟର

ଆପଣାର ହେଲା ପରେ ନିଦ ହେଲା ପର

ହୁଁ, ଛନ୍-ଛନ୍, ହଲଚଲ ମୋ ନିଦ କହେ

ତୁ ମୋର ମିଠା ସତଟିଏ

ଯେବେ ଯେବେ ତତେ ଭାବିଦିଏ

ଭାବନା ମୋ ନୁଆଁ ରଙ୍ଗ ନିଏ

ହୋ, ସେ ନୁଆ ରଙ୍ଗରେ

ଆଜି ବିନା ମେଘରେ

ଟୋପା-ଟୋପା ପ୍ରେମ ତୋର କିଏ ଦେଲା ଛିଞ୍ଚି ରେ?

କାଞ୍ଚି ରେ, କାଞ୍ଚି ରେ

ଚାହେଁନା ମୁଁ କିଛି ରେ

ସାରା ଜୀବନକୁ ମନ ନେଲା ତତେ ବାଛି ରେ

ତୁ ଯଉଠି ନଥିବୁ ରେ ମୁଁ ସେଇଠି ନାହିଁ

ଦୁନିଆଁକୁ ଆସିଛି ମୁଁ ଖାଲି ତୋ ପାଇଁ

ହୋ, ତୋ ଚାହାଣି ତୋ ଇଶାରେ ଦିଏ ମତେ କହି

ଆମ ପ୍ରେମ କାଲି ପାଇଁ ହବ ଗପ-ବହି

ସୁନ୍-ସୁନ୍, ଗୁନଗୁନ୍ ତୁ ଗୀତଟିଏ

ଯେତେ ଗାଇଲେବି ଅଧା ରହେ

ତତେ ସାଇତି ମୋ ପଲକରେ

ଖୁସିରେ ମୋ ଆଖି ଓଦା ହୁଏ

ହୋ, ସେଇ ଖୁସି ପାଇଁକି, ତୁ ପାଖେ ଥାଇ ବି

ଖୋଜିବାକୁ ଭଲଲାଗେ ତତେ ମିଛି-ମିଛି ରେ

କାଞ୍ଚି ରେ, କାଞ୍ଚି ରେ

ଚାହେଁନା ମୁଁ କିଛି ରେ

ସାରା ଜୀବନକୁ ମନ ନେଲା ତତେ ବାଛି ରେ

Más De Sourin Bhatt/Sohini Mishra

Ver todologo