ମାଆ ଦେଇଥିଲା କଜଳଗାର
ପାଦେ ବାନ୍ଧିଥିଲା ପେନ୍ଥୀ ଘୁଙ୍ଗୁର
ହଜିଯିବ କାଳେ ନୟନ ପିତୁଳା
ମାଣିକ ତାର
ମାଆ ଦେଇଥିଲା କଜଳଗାର
ସେଇ ମାଣିକକୁ ରଥରେ ବସେଇ
ଅକୃର ଯେ ନେଇଗଲା
ଗଲା ପୁଅ ଆଉ ବହୁଡ଼ିଲା ନାହିଁ
ମାଆ କୋଳ ଭୁଲିଗଲା
କଳା ଲାଗିଗଲା ମୁହଁରେ ତାର
ପ୍ରଜ୍ଞା ଦେଇ ଙ୍କୁ ସମର୍ପିତ
ଦଶ ମାସ ସିନା ଗରଭେ ଧରିନି
ଆହା ସେ ଯଶୋଦା ରାଣୀ
ଅନ୍ତ ଚିରି କ୍ଷୀର ଦେଇଥିଲା ବୋଲି
କାନ୍ଦେ ବାହୁନି ବାହୁନି
ଦଶ ମାସ ସିନା ଗରଭେ ଧରିନି
ଆହା ସେ ଯଶୋଦା ରାଣୀ
ଅନ୍ତ ଚିରି କ୍ଷୀର ଦେଇଥିଲା ବୋଲି
କାନ୍ଦେ ବାହୁନି ବାହୁନି
ହଏ ସେ କହ୍ନେଇ ରଙ୍କୁଣୀ ମାଆକୁ
କେମିତି ପାଶୋରି ଦେଲା
ହାତ ଗୋଡ଼ ଟିକେ ବାନ୍ଧିଦେଲା ବୋଲି
ଘଡିକରେ ରୁଷି ଗଲା
ହେଲା ଅଧାଗଢା କଳା ଠାକୁର
ଅନ୍ଧ ସିନା ଥରେ ବାଡ଼ି ହଜାଏ ଲୋ
ଦିଥର ହଜାଏ ନାହିଁ
ମାଆ ଚାହିଁଛି ଲୋ କହ୍ନେଇ ଫେରିଲେ
ଆଉ ପାଖରୁ ଛାଡିବ ନାହିଁ
ଅନ୍ଧ ସିନା ଥରେ ବାଡ଼ି ହଜାଏ ଲୋ
ଦିଥର ହଜାଏ ନାହିଁ
ମାଆ ଚାହିଁଛି ଲୋ କହ୍ନେଇ ଫେରିଲେ
ଆଉ ପାଖରୁ ଛାଡିବ ନାହିଁ
ଯୁଗ ଯୁଗ ଧରି ସେନେହ ମମତା
ରହିଚି ଯେତେ ଲୋ ବାକି
ସାରି ଦେଇ ସବୁ ଶୋଇବ ଯଶୋଦା
ପୁଅକୁ ଛାତିରେ ଜାକି
ପଦ୍ମ ଘୁଞ୍ଚି ଯାଏ ଥରକୁ ଥର
ପାଦେ ବାନ୍ଧିଥିଲା ପେନ୍ଥୀ ଘୁଙ୍ଗୁର
ହଜିଯିବ କାଳେ ନୟନ ପିତୁଳା
ମାଣିକ ତାର
ମାଆ ଦେଇଥିଲା କଜଳଗାର
ସେଇ ମାଣିକକୁ ରଥରେ ବସେଇ
ଅକୃର ଯେ ନେଇଗଲା
ଗଲା ପୁଅ ଆଉ ବହୁଡ଼ିଲା ନାହିଁ
ମାଆ କୋଳ ଭୁଲିଗଲା
କଳା ଲାଗିଗଲା ମୁହଁରେ ତାର