menu-iconlogo
huatong
huatong
avatar

MAA DEITHILA KAJALA GARA

Tapu Mishrahuatong
mrsscareyhuatong
Letras
Grabaciones
ମା ଦେଇଥିଲା କଜଳ ଗାର

ପାଦେ ବାନ୍ଧିଥିଲା ପେନ୍ଥି ଘୁଙ୍ଗୁର

ହଜି ଯିବ କାଳେ ନୟନ ପିତୁଳା ମାଣିକ ତାର...

ମା ଦେଇଥିଲା କଜଳ ଗାର

ସେଇ ମାଣିକକୁ ରଥରେ ବସେଇ ଅକୃର ଯେ ନେଇଗଲା

ଗଲା ପୁଅ ଆଉ ବାହୁଡ଼ିଲା ନାହିଁ ମା କୋଳ ଭୁଲିଗଲା...

କଳା ଲାଗିଗଲା ମୁହଁରେ ତାର

ମା ଦେଇଥିଲା କଜଳ ଗାର

ଦଶ ମାସ ସିନା ଗରଭେ ଧରିନି ଆହା ସେ ଯଶୋଦା ରାଣୀ

ଅନ୍ତଚିରି କ୍ଷୀର ଦେଇଥିଲା ବୋଲି କାନ୍ଦେ ବାହୁନି ବାହୁନି

ଦଶ ମାସ ସିନା ଗରଭେ ଧରିନି ଆହା ସେ ଯଶୋଦା ରାଣୀ

ଅନ୍ତଚିରି କ୍ଷୀର ଦେଇଥିଲା ବୋଲି କାନ୍ଦେ ବାହୁନି ବାହୁନି

ହାଏ ସେ କହ୍ନେଇ ରଙ୍କୁଣୀ ମାକୁ କେମିତି ପାଶୋରି ଦେଲା।

ହାତ ଗୋଡ଼ ଟିକେ ବାନ୍ଧିଦେଲା ବୋଲି ଘଡ଼ିକରେ ରୁଷି ଗଲା

ହେଲା ଅଧା ଗଢ଼ା କଳା ଠାକୁର

ମା ଦେଇଥିଲା କଜଳ ଗାର

ଅନ୍ଧ ସିନା ଥରେ ବାଡ଼ି ହଜାଏ ଲୋ ଦି ଥର ହଜାଏ ନାହିଁ

ମା ଚାହିଁଛି ଲୋ କହ୍ନେଇ ଫେରିଲେ ଆଉ ପାଖରୁ ଛାଡ଼ିବ ନାହିଁ

ଅନ୍ଧ ସିନା ଥରେ ବାଡ଼ି ହଜାଏ ଲୋ ଦି ଥର ହଜାଏ ନାହିଁ

ମା ଚାହିଁଛି ଲୋ କହ୍ନେଇ ଫେରିଲେ ଆଉ ପାଖରୁ ଛାଡ଼ିବ ନାହିଁ

ଯୁଗ ଯୁଗ ଧରି ସେନେହ ମମତା ରହିଛି ଯେତେଲୋ ବାକି

ସାରି ଦେଇ ସବୁ ଶୋଇବ ଯଶୋଦା ପୁଅକୁ ଛାତିରେ ଯାକି

ପଦ୍ମ ଘୁଞ୍ଚି ଯାଏ ଥରକୁ ଥର

ପାଦେ ବାନ୍ଧିଥିଲା ଯେଛି ଘୁଙ୍ଗୁର

ହଜି ଯିବ କାଳେ ନୟନ ପିତୁଳା ମାଣିକ ତାର

ମା ଦେଇଥିଲା କଜଳ ଗାର

ସେଇ ମାଣିକକୁ ରଥରେ ବସେଇ ଅକୃର ଯେ ନେଇଗଲା

ଗଲା ପୁଅ ଆଉ ବାହୁଡ଼ିଲା ନାହିଁ ମା କୋଳ ଭୁଲିଗଲା

କଳା ଲାଗିଗଲା ମୁହଁରେ ତାର

ମା ଦେଇଥିଲା କଜଳ ଗାର

Más De Tapu Mishra

Ver todologo