menu-iconlogo
huatong
huatong
avatar

Tora Radha Thi Bhaba

Asima Pandahuatong
msdavisnochuatong
Paroles
Enregistrements
ତୋର ରାଧା ଠି ଭାବ..

ତୋର ମୀରା ଠି ଭାବ...

ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ..

ହୋ..ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ..

ତୋର ଖୁଦରେ ଲୋଭ

ତୋର ଶାଗରେ ଲୋଭ

ସ୍ନେହରେ ବନ୍ଧା ଶ୍ରଦ୍ଧାରେ ବନ୍ଧା

ଦୀନବାନ୍ଧବ...

ହୋ..ସ୍ନେହରେ ବନ୍ଧା ଶ୍ରଦ୍ଧାରେ ବନ୍ଧା

ଦୀନବାନ୍ଧବ...

ତୋର ରାଧା ଠି ଭାବ..

ତୋର ମୀରା ଠି ଭାବ...

ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ..

ହୋ..ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ....

ଯିଏ ଡାକେ ଯେମିତି

ତତେ ପାଏ ସେମିତି..

ସୁନା ରୂପା ନୁହେଁ..ସ୍ନେହ

ଶ୍ରଦ୍ଧାରେ ଶାନ୍ତି...

ଭାବ ଥାଏ ଯୋଉଠି

ଭକ୍ତି ଥାଏ ଯୋଉଠି

ଦୂରରେ ହେଉ ପାଖରେ ହେଉ

ଥାଉ ସେଇଠି

ହୋ..ଦୂରରେ ହେଉ ପାଖରେ ହେଉ

ଥାଉ ସେଇଠି

ତୋର ଗୋପରେ ଭାବ

ତୋର ଶ୍ରୀକ୍ଷେତ୍ରେ ଭାବ

ପ୍ରେମରେ ବନ୍ଧା ଭକ୍ତିରେ ବନ୍ଧା

ଭକ୍ତ ବାନ୍ଧବ..

ହୋ..ପ୍ରେମରେ ବନ୍ଧା ଭକ୍ତିରେ ବନ୍ଧା

ଭକ୍ତ ବାନ୍ଧବ..

ତୋର ରାଧା ଠି ଭାବ..

ତୋର ମୀରା ଠି ଭାବ...

ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ

ହୋ..ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ....

ଆରେ ଧନ ଶଙ୍ଖାଳି

ତତେ ସୁଆଦ ଭାରି

ଭକତର ଅଳି ଆଉ

ଗୋପୀଙ୍କ ଗାଳି...

କେବେ ବାହୁଡ଼ା ସାରି

ବଡ଼ ଭାଇକି ଧରି

ହେରା ପାଞ୍ଚମୀରେ ଲକ୍ଷ୍ମୀ ସାଥେ ପୁଣି

ଲାଗେରେ କଳି

ହୋ..ହେରା ପାଞ୍ଚମୀରେ ଲକ୍ଷ୍ମୀ ସାଥେ ପୁଣି

ଲାଗେରେ କଳି...

ତୋର କଳିରେ ଭାବ

କୁରୁକ୍ଷେତ୍ରରେ ଭାବ..

ଧର୍ମରେ ବନ୍ଧା କର୍ମରେ ବନ୍ଧା

କୃଷ୍ଣ କେଶବ

ହୋ..ଧର୍ମରେ ବନ୍ଧା କର୍ମରେ ବନ୍ଧା

କୃଷ୍ଣ କେଶବ

ତୋର ରାଧା ଠି ଭାବ..

ତୋର ମୀରା ଠି ଭାବ...

ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ

ହୋ..ଭାବରେ ବନ୍ଧା ଭକ୍ତିରେ ବନ୍ଧା

କଳା ମାଧବ....

ତୋର ଖୁଦରେ ଲୋଭ

ତୋର ଶାଗରେ ଲୋଭ

ସ୍ନେହରେ ବନ୍ଧା ଶ୍ରଦ୍ଧାରେ ବନ୍ଧା

ଦୀନବାନ୍ଧବ...

ହୋ..ସ୍ନେହରେ ବନ୍ଧା ଶ୍ରଦ୍ଧାରେ ବନ୍ଧା

ଦୀନବାନ୍ଧବ...

ପ୍ରେମରେ ବନ୍ଧା ଭକ୍ତିରେ ବନ୍ଧା

ଭକ୍ତ ବାନ୍ଧବ..

ହୋ..ଧର୍ମରେ ବନ୍ଧା କର୍ମରେ ବନ୍ଧା

କୃଷ୍ଣ କେଶବ..

ହୋ..ସ୍ନେହରେ ବନ୍ଧା ଶ୍ରଦ୍ଧାରେ ବନ୍ଧା

ଦୀନବାନ୍ଧବ...

Davantage de Asima Panda

Voir toutlogo
Tora Radha Thi Bhaba par Asima Panda - Paroles et Couvertures