menu-iconlogo
huatong
huatong
Paroles
Enregistrements
ହୃଦୟ ଆଜି ଦେଇଛି ମୁଁ ପ୍ରେମରେ ପ୍ରଥମ ଥର

ତୁମକୁ ନେଇଯିବିରେ ମୁଁ ପ୍ରେମର ସଉଦାଗର

ହୃଦୟ ଆଜି ଦେଇଛି ମୁଁ ପ୍ରେମରେ ପ୍ରଥମ ଥର

ତୁମକୁ ନେଇଯିବିରେ ମୁଁ ପ୍ରେମର ସଉଦାଗର

ଦିନ, ରାତି ଭଲ ଖାଲି ପାଉଥିବି

ତୁମ ପ୍ରେମରେ ମୁଁ ଦିନେ ଜଳିଯିବି

ଦିନ, ରାତି ଭଲ ଖାଲି ପାଉଥିବି

ତୁମ ପ୍ରେମରେ ମୁଁ ଦିନେ ଜଳିଯିବି

ଗୋଲାପି ଓଠରୁ ହସ ଝରିଗଲେ ଲାଗ ବେଶି କାଇଁ ନିଜର

ହୃଦୟ ଆଜି ଦେଇଛି ମୁଁ ପ୍ରେମରେ ପ୍ରଥମ ଥର

ମତେ ତ ନେଇଯାଅରେ ମୋ ପ୍ରେମର ସଉଦାଗର

ରାତି ବଢ଼ିଗଲେ, ସହର ଶୋଇଲେ

ତୁମେ ଆସ ଖାଲି କାଇଁ

ନିଦର ଝରକା ଡେଇଁ

ହଁ, ରାତି ବଢ଼ିଗଲେ, ସହର ଶୋଇଲେ

ତୁମେ ଆସ ଖାଲି କାଇଁ

ନିଦର ଝରକା ଡେଇଁ

ତୁମେ ନିଦ ହେଲେ ରାତି ମୁଁ ହେବି

ଲାଜ ଗହଣାରେ ମୁଁ ଲୁଚିଯିବି

ତୁମେ ନିଦ ହେଲେ ରାତି ମୁଁ ହେବି

ଲାଜ ଗହଣାରେ ମୁଁ ଲୁଚିଯିବି

ଶୟନେ, ସପନେ, ହୃଦୟର କୋଣେ ତୁମେ ଖାଲି ଲାଗ ଏକା ମୋର

ହୃଦୟ ଆଜି ଦେଇଛି ମୁଁ ପ୍ରେମରେ ପ୍ରଥମ ଥର

ମତେତ ନେଇଯାଅରେ ମୋ ପ୍ରେମର ସଉଦାଗର

ମନ ଅଗଣାରେ ହୃଦୟ ଫାଙ୍କରେ

ଦିଶ ଖାଲି ତୁମେ କାଇଁ

ମୁଁ ଜାଣି ପାରେନାହିଁ

ହଁ, ମନ ଅଗଣାରେ ହୃଦୟ ଫାଙ୍କରେ

ଦିଶ ଖାଲି ତୁମେ କାଇଁ

ମୁଁ ଜାଣି ପାରେନାହିଁ

ତୁମେ ଫୁଲ ହେଲେ ମାଳି ମୁଁ ହେବି

ଅତି ଯତନରେ ଭଲ ପାଉଥିବି

ତୁମେ ଫୁଲ ହେଲେ ମାଳି ମୁଁ ହେବି

ଅତି ଯତନରେ ଭଲ ପାଉଥିବି

ଆଷାଢ଼ ଋତୁର ନାଲି ଟୁକୁଟୁକୁ ସାଧବ ବହୁ ମୁଁ ତୁମର

ହୃଦୟ ଆଜି ଦେଇଛି ମୁଁ ପ୍ରେମରେ ପ୍ରଥମ ଥର

ଆସିଛି ନେଇଯିବିରେ ମୁଁ ପ୍ରେମର ସଉଦାଗର

ହୃଦୟ ଆଜି ଦେଇଛି ମୁଁ ପ୍ରେମରେ ପ୍ରଥମ ଥର

ମତେତ ନେଇଯାଅରେ ମୋ ପ୍ରେମର ସଉଦାଗର

Davantage de Dr. Pratyush Ranjan Bagh/Diptirekha Padhi

Voir toutlogo