menu-iconlogo
logo

Tike Tike Achinha Tu

logo
Paroles
ପୁ - ଆଜି କାଇଁ ମନ ମୋର, ହୁଏ ଆନମନା

ଝି- ଧୀରେ ଧୀରେ ମନ ବୋଧେ ହୁଏ ବାଟବଣା

ପୁ - ହଁ... ଇଛା ହୁଏ କରିବାକୁ, ହଜାରେ ବାହାନା

ଝି- ବାହାନାରେ ପ୍ରେମ ଥାଏ, ଜଣାତ ପଡେନା

ପୁ - ବାଦଲଟା ଆଜି ଫଟା ଫଟା

ଝି - ହୁଅନ୍ତାକି ଟିକେ ବର୍ଷା ଛିଟା

ପୁ - ବରଷା ରେ ସିନା, ଦେହ ଭିଯେ ମନ ଭିଯେନା

ଝି- ପ୍ରେମ ଥିଲେ ମନ ଭିଜେ, ବୁଝିତ ହୁଏନା

ପୁ - ଟିକେ ଟିକେ ଅଚିହ୍ନା ରୁ, ଟିକେ ଟିକେ ଚିହ୍ନା

ପୁ - କିଛି କଥା କହୁ କହୁ, ଅଧା ବାଟେ ରହୁଚି

ଝି - କହିବାକୁ ପଡ଼ିବନି, ସବୁ ବୁଝି ହଉଚି

ଦେଖ ଏଇ ଆକାଶଟା, ମନ ଖୋଲି ହସୁଛି

ପୁ - ବେଳେ ବେଳେ ଏ ମନଟା, ଆପେ ବୁଝି ଯାଉଚି

ପୁ - ତମେ କିଛି କହିବନି

ଝି- ସାତ ଋତୁ ଏଠି, ହୁଏ ଭେଟ

ପୁ - କାହା ପାଇଁ ଫୁଲ ହାଟ

ଝି- ମହକରେ ଆଜି, ଭାସି ଆସି ସ୍ବର ମୂର୍ଚ୍ଛନା

ପୁ - ସ୍ବର ନୁହେଁ ମନକଥା, କହିତ ହୁଏନା

ଝି - ଟିକେ ଟିକେ ଅଚିହ୍ନା ରୁ, ଟିକେ ଟିକେ ଚିହ୍ନା

ପୁ - ହୋ ଓ ଓ..., ହୋ ଓ ଓ ଓ ଓ...

ହୋ ଓ ଓ..., ହୋ ଓ ଓ ଓ ଓ...

ROOM ID:-1222965

ଝି - ହୁଁ... ବାଟସାରା ତାରା ସବୁ, ବିଁଛି ହେଇ ପଡ଼ିଛି

ପୁ - ମନ ହଜି ଗଲା ପରେ, ଶତ ପରି ଲାଗୁଛି

ନିଜକୁ ମୁଁ ନିଜ ପାଇଁ, ଏତେ କାଇଁ ଭାବୁଚି

ଝି- କେହି ଜଣେ ଭାବିବାକୁ, ଏତେ ବାଧ୍ୟ କରୁଛି

. ତା ପରେ

ପୁ - ପବନ ତା ଆଗରେ, ମନ ମାନି

ଝି - ଛୁଇଁ ଦେଇ ଯାଏ, ଜାଣି ଜାଣି

ପୁ - ଛୁଇଁବାରେ ଥାଏ, ଚଗଲାମି ଜାଣି ହୁଏନା

ଝି- ଜାଣି ଗଲେ ଛୁଇଁବାର ମାଜାତ ରହେନା

ପୁ - ଟିକେ ଟିକେ ଅଚିହ୍ନା ରୁ, ଟିକେ ଟିକେ ଚିହ୍ନା

Tike Tike Achinha Tu par Human Sagar - Paroles et Couvertures