menu-iconlogo
logo

To Mathara Sindura Kahuchhi

logo
avatar
Humane sagar/Aseema Pandalogo
🎧🇷​🇾​✳️🇦​🇳​🎧logo
Chanter dans l’Appli
Paroles
M-ବଧୂ ସାଜି ଆସିଲୁ ତୁ, ଫୁଲେଇ ରାଣୀ

ମୋ ଘରେ ସାଜିଲୁ ତୁ, ସୁନା ଘରଣୀ

F-ହାଁ~ ଝିଅ ଥିଲି ବୋହୂ ହେଲି, ସାଜି ତୋ ରାଣୀ

ଆସିଲି ଏରୁଣ୍ଡି ଡେଇଁ, ଟାଣି ଓଢଣୀ

M-ତୁ ଲାବନ୍ୟ ର ମୋତି ଝରା, ତୁ ଶାମୁକା ର ମୁକ୍ତା ପରା

ତୋ ରୁପର ମିଠା ଲାଜ ମୋତେ, ଟାଣି ନଉଚି~

ତୋ ମଥା ର ସିନ୍ଦୁର କହୁଚି

ମୋତେ ସିଏ ଭଲ ପାଉଚି

F-ମୋ ମଥା ର ସିନ୍ଦୁର କହୁଚି

ତତେ ସିଏ ଭଲ ପାଉଚି

M-ଶିଖିଲୁ ଲାଜ ବାହାନା, ଟାଣିଲୁ ହାତେ ଓଢଣା

ନଇଁ ନଇଁ ଚାଲୁଛୁ ତୁ, ଯେମିତି ଲାଜ ବରନା

F-ହୋ.. ରାତି ପାହାନ୍ତା ରୁ ଉଠି, ପୋଜିବି ମୁଁ ବୃନ୍ଦାବତି

ସୁନା ନାକି, ବୋହୂ ହେବି, ସାଜି ତୋ ମଉନାବତୀ

M-ତୁ ହାତେ ରାନ୍ଧି ପରସିବୁ, ତୁ ପାଖେ ବସି ଖୁଆଇବୁ

ତୋ ହାତର ଛୁଆଁ ପାଇ ସବୁ, ଭୁଲି ଯାଉଛି~

ତୋ ମଥା ର ସିନ୍ଦୁର କହୁଚି

ମୋତେ ସିଏ ଭଲ ପାଉଚି

F-ମୋ ମଥା ର ସିନ୍ଦୁର.. କହୁଚି

ତତେ ସିଏ ଭଲ ପାଉଚି

M-ଆ... ଓ... ଓ...

F-ହାଁ...ହାଁ...ହାଁ...

F-ସାଜି ତୋ ପୁନେଇ ଜହ୍ନ, ଏ ଘରେ ବସେଇ ମାଣ

ଅଗଣାରେ ମୁରୁଜ ରେ, ଆଙ୍କିବି ମୁଁ ଝୁଟି ଚିହ୍ନ

M-ଓ.. ହାତରେ ଗଢି ଆରିସା, କରିବୁ ତୁ କେତେ ଓଷା

ଶୁଭ ପୁଣି ମନାସିବୁ, ହୋଇ ମୋ ସୁନା ଭାରିଜା

F-କଉ ଜନମ ର ପୂନ୍ୟ ପାଇଁ, ଏଇ ଘରେ ଆସି ବୋହୂ ହେଇ

ସାତ ଜନମ ପାଇଁ ତୋର ହାତ, ଧରି ନେଇଚି

ମୋ ମଥା ର ସିନ୍ଦୁର କହୁଚି

ତତେ ସିଏ ଭଲ ପାଉଚି

M-ତୋ ମଥା ର ସିନ୍ଦୁର କହୁଚି

ମୋତେ ସିଏ ଭଲ ପାଉଚି

To Mathara Sindura Kahuchhi par Humane sagar/Aseema Panda - Paroles et Couvertures