M-କେମିତି ଅଛୁଲୋ ପ୍ରିୟା କେମିତି ଅଛୁ
ଆଜି କାହିଁକିଲୋ ଏତେ ମନେ ପଡୁଛୁ
କେମିତି ଅଛୁଲୋ ପ୍ରିୟା କେମିତି ଅଛୁ
ଆଜି କାହିଁକିଲୋ ଏତେ ମନେ ପଡୁଛୁ
F-ଦେହ ସିନା ଶାଶୁଘରେ ମନ ପରା ତୋ ପାଖରେ--୨
ସବୁ ଜାଣି ଅବୁଝା ତୁ କାଇଁ ହଉଛୁ
M-କେମିତି ଅଛୁଲୋ ପ୍ରିୟା କେମିତି ଅଛୁ
ଆଜି କାହିଁକିଲୋ ଏତେ ମନେ ପଡୁଛୁ
M-ତୁ ସିନା ବୋହୂସାଜି ଗଲୁ ଶାଶୁଘର
ମୁଁ ଆଉ ସାଜିବିନି ଏ ଜନମେ ବର
F-ମୋ ରାଣ ମୋତେ ଯଦି ଭଲ ପାଉଥିବୁ
କଥା ମୋର ରଖିବୁ ତୁ ବାହା ହେଇଯିବୁ
M-ପ୍ରେମିକର ଜୀବନରେ ପ୍ରେମ ପରା ହୁଏ ଥରେ--୨
ସବୁ ଜାଣି ଅବୁଝା ତୁ କାଇଁ ହଉଛୁ
କେମିତି ଅଛୁଲୋ ପ୍ରିୟା କେମିତି ଅଛୁ
ଆଜି କାହିଁକିଲୋ ଏତେ ମନେ ପଡୁଛୁ
F-ମୋ ପ୍ରେମ ରହିଲା ଅଧା ଏଇ ଜନମରେ
ଏ ଜନମ ଭିଜିଗଲା କେବଳ ଲୁହରେ
M-ହୋ.. ସହି ପାରିବନି ଛାତି ଦୁଃଖତୁ କହିଲେ
ମୋଅର ତ ଜୀବନଟା ତୋଅରି ଚିନ୍ତାରେ
F-ସମୟତ ନଇଟିଏ ବହିଗଲେ ବହିଯାଏ--୨
ପଛକୁ ସେ ଫେରିବନି ତୁ ଜାଣିଛୁ
M-କେମିତି ଅଛୁଲୋ ପ୍ରିୟା କେମିତି ଅଛୁ
ଆଜି କାହିଁକିଲୋ ଏତେ ମନେ ପଡୁଛୁ
ଆଜି କାହିଁକିଲୋ ଏତେ ମନେ ପଡୁଛୁ
ଆଜି କାହିଁକିଲୋ ଏତେ..ମନେ ପଡୁଛୁ