menu-iconlogo
huatong
huatong
avatar

Ei Asadhare Bajiba Lo Sahanai

Ira Mohanty/Satyajeet Pradhanhuatong
obrienedhuatong
Paroles
Enregistrements
ମାନମୟି, ଆଲୋ, ମାନମୟି

ମାନ ଭୁଲି, କିଛି ଦେ କହି

ହଁ, ମାନମୟି, ଆଲୋ, ମାନମୟି

ମାନ ଭୁଲି, କିଛି ଦେ କହି

ଆଉ ଜମା ରହି ହଉନାହିଁ

ନବୁ ଯଦି ଯା ମତେ ନେଇ

ଆସିବି ନେଇ ମୁଁ ଦଳେ ବର ଯାତିରି

ତୋ ପାଇଁ ସଜା ହବ ଲୋ ଫୁଲ ସଵାରୀ

ସମ୍ଭାଳି ଯା' କିଛି ଦିନ ପାଇଁ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ରେ ସାହାନାଇ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ଲୋ ସାହାନାଇ

ମଣିପୁରୀ ହାର ଦେବି ବେକକୁ ଲୋ ତୋର ପୁଣି

ହାତକୁ ତୋ ସୁନା ବାହୁଟି

ସବୁ ହେଇଯିବ ତୋର, ଯାହା ଅଛି ମୋର ହବ

ଜହ୍ନ ମନ ଘଣ୍ଟି ଚକଟି

ଲୋଡ଼ା ନାହିଁ ହାର ଆଉ, ହାତ ଧରି ମୋର ଦୁହିଁ

ଚାଲିବା ରେ ଆମେ ଏକାଠି

ଅଧା ନିଦ ତୋର ଆଉ ଅଧା ନିଦ ମୋର ମିଶି

ଆଣୁଥିବି ସ୍ବପ୍ନ ସାଉଁଟି

ହସରୁ ତୋର ଝରେଇ ମିଠା ସୁପାରୀ

ଉରୁବସୀ ଠାରୁ ଲାଗୁଛୁ ଆହୁରି ସୁନ୍ଦରୀ

ବରାବରୀ କେହି ତୋର ନାହିଁ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ରେ ସାହାନାଇ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ଲୋ ସାହାନାଇ

ହଳଦୀର ଗିନା ମୋର ଆପେ ହୁଏ ଚୁନା ଯଦି

କେବେ ଥରେ ଦେଖା ଦଉନା

ତତେ ଭାବିବାକୁ ମନ କାହାକୁ ମୁଁ ଦେଇ ନାହିଁ

ବୁଝିଯିବୁ ସବୁ ବାହାନା

ଏମିତି ମୋ ସାଥେ ଆସି ହେଇଗଲୁ ଚିହ୍ନା ମଲ୍ଲି

ନେଲି ତତେ ମନ ମଇନା

ପାରିବିନି ଜିଇଁ ପଥେ, ଲାଗୁଛି ତୋ ବିନା କଥା

ହେଲେ ଯେତେ କଥା ସରେନା

ଡାକିଲି ବୋଲି ଆସିଲୁ ନଈ ପହଁରି

ଅଗଣା ସାରା ବାସିଲା ପ୍ରେମ-କସ୍ତୁରୀ

ହେଇଗଲି ତୋର ଚାନ୍ଦ ମୁହିଁ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ଲୋ ସାହାନାଇ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ରେ ସାହାନାଇ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ଲୋ ସାହାନାଇ

ତୋ ଦୁଆରେ, ମୋ ଦୁଆରେ ଏଇ ଆଷାଢ଼ରେ

ବାଜିବ ରେ ସାହାନାଇ

Davantage de Ira Mohanty/Satyajeet Pradhan

Voir toutlogo
Ei Asadhare Bajiba Lo Sahanai par Ira Mohanty/Satyajeet Pradhan - Paroles et Couvertures