menu-iconlogo
huatong
huatong
Paroles
Enregistrements
ଆଖିରେ କଜଳ ଦେଲେ ତୁ ଲଗେଇ

କାଇଁ ଲାଗୁଛୁ ତୁ ଏତେ ସୁନ୍ଦର

ଜହ୍ନମାମୁଁ ସେ ତୋ ମୁହଁ ଦେଖିଲେ

ତୋ ବିନା ମୋ ଦୁନିଆଁଟା ଅନ୍ଧାର

ଯେବେଠୁ ତତେ ଦେଖିଛି, ତୋ ପ୍ରେମରେ ପଡ଼ିଛି

ତୋ ପାଖକୁ ଗଲେ ମୁଁ ସବୁ ଭୁଲି ଯାଉଛି

କେବେ ଭାଙ୍ଗିବୁ ତୋ ମନ ନିରବତା?

କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?

ତୋ ବିନା ଏ ଦୁନିଆଁ ଟା ଲାଗେରେ ଅଧା-ଅଧା

କେବେ କହ ବୁଝିବୁ ତୁ ମୋ ମନର କଥା?

ତୋ ବିନା ଏ ଦୁନିଆଁ ଟା ଲାଗେରେ ଅଧା-ଅଧା

ମୋ ମନର ଆକାଶରେ ଥିଲି ମୁଁ ଉଡାପକ୍ଷୀ

ଯେବେ ଆସି ତୁ ଦେଖା ହେଲୁ ତୋ ପାଖେ ହେଲି ବନ୍ଦୀ

ତୋ ଆଖିର ଇଶାରା, ଲାଗେ ଭାରି ନିଆରା

ଦୁନିଆଁ ମୋ ତୋ ବିନା ଲାଗେ ଭାରି ବେସୁରା

କେମିତି ତତେ ହାଏ ଗଢ଼ିଲା ଏ ବିଧାତା?

କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?

ତୋ ବିନା ଏ ଦୁନିଆଁ ଟା ଲାଗେରେ ଅଧା-ଅଧା

କେବେ କହ ବୁଝିବୁ ତୁ ମୋ ମନର କଥା?

ତୋ ବିନା ଏ ଦୁନିଆଁ ଟା ଲାଗେରେ ଅଧା-ଅଧା

ମୋ ପ୍ରେମର ମୁକସାକ୍ଷୀ ଏ ଦୁନିଆଁର ଲୋକେ

ତତେ କେତେ ମୁଁ ଭଲପାଏ କେମିତି କହିବି ତତେ

ତୋ ଠୁ ମୋ ଆରମ୍ଭ, ତୋ ଠି ମୋର ଶେଷ

ତୁ ଥିଲେ ମୁଁ ଅଛି, ତୋ ପ୍ରେମ ମୋ ଆୟୁଷ

କହ ତୋ ବିନା କାଇଁ ଲାଗେ ମତେ ଏକା-ଏକା?

କେବେ କହ ବୁଝିବୁ ତୁ ମୋ ମନର କଥା?

ତୋ ବିନା ଏ ଦୁନିଆଁ ଟା ଲାଗେରେ ଅଧା-ଅଧା

କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?

ତୋ ବିନା ଏ ଦୁନିଆଁ ଟା ଲାଗେରେ ଅଧା-ଅଧା

Davantage de Kuldeep Pattanaik/Arpita Choudhury

Voir toutlogo