menu-iconlogo
huatong
huatong
Paroles
Enregistrements
ପୁ: Beauty parlour ଗଲ, ଚେହେରା colour କଲ,

ଏମିତି ରେ ବି ତ ଜଳୁଥିଲ ଏବେ ସହର ଜଳେଇ ଦେଲ,

Beauty parlour ଗଲ, ଚେହେରା colour କଲ,

ଏମିତି ରେ ବି ତ ଜଳୁଥିଲ ଏବେ ସହର ଜଳେଇ ଦେଲ,

ଯଦି compliment ଦିଏ ରାଗି ଚାହୁଁଚ;

ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ

ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ

ଝି: କଢ଼ ରୁ ଫୁଟିଲେ ଫୁଲ, ଭଅଁର ହୁଅନ୍ତି ଗେଲ,

ବୋକି ନୁହେଁ ମୁଁ ଯେ ଠକି ଦବ ତୁମେ ନଇରେ ପକେଇ ଜାଲ,

କାଇଁ ବାହାପୀୟା ଭଳି ତମେ ହଉଚ,

ନଜରରେ କରି ଆଘାତ ତମେ ସାଂଘାତିକ କଥା କହୁଚ

ନଜରରେ କରି ଆଘାତ ତମେ ସାଂଘାତିକ କଥା କହୁଚ ।୧।

ପୁ: ଏ ଜୁଲି ମୁଁ ଖାଲି ମରୁଛି daily daily ବୁଝୁନୁ କାଇଁ ମୋ ଇଶାରା

ତୋ ଗଳି ରେ ବୁଲି ଚାରିପାଞ୍ଜି ରୁ ଗଲି କେହି ନାହିଁ ଆଉ ମୋ ସାହାରା

ଝି: ଯା ଯାରେ ଯା ଟୋକା ପ୍ରେମ ତୋ କଞ୍ଚା ଲଙ୍କା, କଥାରେ ଲଗାନା ଲହୁଣୀ

ମୋ ପାଇଁ ତୁ ଆରେ ଗୋଟେ ଅଚଳ ଟଙ୍କା, ପାଖାନା ମାରିବି କହୁଣୀ

ପୁ: ତମେ ଲାଗ ଭାରି ଭଲ, ଯେମିତି ଗୋଲାପ ଫୁଲ(2)

ଫୁଲ ତୋଳିବା କୁ ହାତ ନେଲେ ଖାଲି କଥାରେ କଣ୍ଟା ଫୋଡ଼ିଲ

ଥରେ implement କର ଆମେ କହୁଚ

ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ

ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ ।୨।

ଝି: ଏ ଧନ ମୋ ମନ ତମେ ବୁଝି ପାରୁନ ଧନ୍ୟ ତମ ସେଇ ଜୀବନ,

ନା ରେ ବି ହଁ ଥାଏ ଜାଣିନ କିଛି ତମେ ମାରୁଛ ମିଛେ ଖାଲି ପବନ

ପୁ: ହଁ ରେ ତୋ ନାଁ କେବେ ନାଁ ରେ ହଁ କହି ଆଉ ଏତେ କଥା ବୁଲାନି

ମୁଁ ଯଦି ହଁ କହେ ମୋ ପଛେ ପଡ଼ିଯିବେ ଝିଅଙ୍କର ପୁରା calony

ଝି: କଥା ତୁମ ନିଆଁ ଝୁଲ, ହୃଦୟ ମୋ ଜାଳି ଦେଲ(2)

ନିଜେ ଭୂତ ହେଇ ଲାଗ ପୁଣି କର ଗୁଣିଆ ହେଇକି ଗେଲ

ପ୍ରେମ supplement ଦେଇ ପୁଣି କହୁଚ

ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ

ପୁ:ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ

Both: ନଜରରେ କରି ଆଘାତ ତମେ ଅଂଶୁଘାତ କରିଦଉଚ।୩।