menu-iconlogo
huatong
huatong
sourav-bharadwaj-jagatara-jamidara-cover-image

Jagatara Jamidara

Sourav Bharadwajhuatong
delaneybug7huatong
Paroles
Enregistrements
ତୋ ପାଖରେ ମୋ ପାଦ ଅଟକି ଯାଉଛି

ଚାଲି ମୁଁ ପାରୁନି ଆଉ

ହୋ, ତୋ ପାଖରେ ମୋ ପାଦ ଅଟକି ଯାଉଛି

ଚାଲି ମୁଁ ପାରୁନି ଆଉ

ତୋ ଆଖିରେ ମୋ ଆଖି ମିଶିଗଲା ପରେ

ଲୁହ ଝରେ ମହାବାହୁ

ମୁଁ ସୁଖରେ ବି ତୋର ପାଖକୁ ତ ଧାଏଁ

ଦୁଃଖରେ ବି ଧାଇଁ ଯାଏ

ତୁ ଜମିଦାର ଏ ଜଗତର

ତୁ ଜମିଦାର ଏ ଜଗତର, ମୁଁ ନିରୀହ ପରଜା ଟିଏ

ତୋ ଘଣ୍ଟ ତଳେ ଘୋଡେଇଥା ଏ ଜୀବନ ସରିବା ଯାଏଁ

ତୁ ଜମିଦାର ଏ ଜଗତର, ମୁଁ ନିରୀହ ପରଜା ଟିଏ

ତୋ ଘଣ୍ଟ ତଳେ ଘୋଡେଇଥା ଏ ଜୀବନ ସରିବା ଯାଏଁ

ତୁ ଭୋକିଲାର ଭାତ ମୁଠା

ଆହେ ମୋର ଦାରୁ ଦେବତା

ତୁ ଲେଖିଦେଲେ ବସି ଚିଠା

ସେ ହୁଏ ରେ କାଳେ ଗୀତା

ମୋ ଭାବରେ ବି ତୋର ପାଖକୁ ଧାଏଁ

ଅଭାବେ ବି ଧାଇଁ ଯାଏ

ତୁ ଜମିଦାର ଏ ଜଗତର, ମୁଁ ନିରୀହ ପରଜା ଟିଏ

ତୋ ଘଣ୍ଟ ତଳେ ଘୋଡେଇଥା ଏ ଜୀବନ ସରିବା ଯାଏଁ

ତୁ ଜମିଦାର ଏ ଜଗତର, ମୁଁ ନିରୀହ ପରଜା ଟିଏ

ତୋ ଘଣ୍ଟ ତଳେ ଘୋଡେଇଥା ଏ ଜୀବନ ସରିବା ଯାଏଁ

ତୁ ସକଳ ବ୍ରହ୍ମର ସିନ୍ଧୁ

ମୁଁ ତୋ ଆଗେ ବିଚରା ବିନ୍ଦୁ

ହୋ, ତୋ ଦୁଆରେ ହେବି ମୁଁ ଲୀନ

ବାସ୍ ଏତିକି କରେ ଜଣାଣ

ମୁଁ କୋହରେ ବି ତୋର ପାଖକୁ ତ ଧାଏଁ

ମୋହରେ ବି ଧାଇଁ ଯାଏ

ତୁ ଜମିଦାର ଏ ଜଗତର

ତୁ ଜମିଦାର ଏ ଜଗତର, ମୁଁ ନିରୀହ ପରଜା ଟିଏ

ତୋ ଘଣ୍ଟ ତଳେ ଘୋଡେଇଥା ଏ ଜୀବନ ସରିବା ଯାଏଁ

ତୁ ଜମିଦାର ଏ ଜଗତର, ମୁଁ ନିରୀହ ପରଜା ଟିଏ

ତୋ ଘଣ୍ଟ ତଳେ ଘୋଡେଇଥା ଏ ଜୀବନ ସରିବା ଯାଏଁ

Davantage de Sourav Bharadwaj

Voir toutlogo