menu-iconlogo
huatong
huatong
avatar

Chhadiki Paribi Tate

Satyajit/Lopamudrahuatong
mrright.1956huatong
Lirik
Rekaman
ଛାଡି...କି ପାରିବି ତତେ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି ,

ଅପେକ୍ଷା ର କାଳ..ସରୁ ସରୁ

ଆଚ୍ଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯା ସର୍ବତ୍ର ମହୀରେ..

ଆଚ୍ଛନ୍ନ କରିଛି ରୂପ ଚମତ୍କାର

ଦୁର୍ଲଭ ଯା ସର୍ବତ୍ର ମହୀରେ ..

ଆଖିରେ ଲେଖି ସପନ,

ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଛାଡି କି ପାରିବି ତତେ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି ,

ଅପେକ୍ଷା ର କାଳ ସରୁ ସରୁ

କରଓକେ ପ୍ରସ୍ତୁତ କରିଛନ୍ତି

ଜୀବନ ବିବର୍ଣ୍ଣ ଯଦି,

ରଙ୍ଗ ତୋର ନ ଦେଖେ ନୟନ

ବଞ୍ଚିବା ନିଷ୍ଫଳ ଯଦି,

ତୋର ସ୍ମୃତି ନ ଆଣେ କମ୍ପନ

କେମିତି ବା ବୁଝାଇବି

ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ

ତୋ ମୋ ସଂପର୍କ କି,

କଷ୍ଟପ୍ରଦ ଅବୁଝା ଗଣିତ

ଆଚ୍ଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଚ୍ଛନ୍ନ କରିଛି ରୂପ ଚମତ୍କାର

ଦୁର୍ଲଭ ଯା ସର୍ବତ୍ର ମହୀରେ ....

ଆଖିରେ ଲେଖି ସପନ,

ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଛାଡିକି ପାରିବି ତତେ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି ,

ଅପେକ୍ଷା ର କାଳ ସରୁ ସରୁ ..

କହିବାର ନାହିଁ ଶକ୍ତି,

ବୟସର ବୟସ୍କ ଲଗନେ

ତୁହି ମୋ ରଜନୀଗନ୍ଧା,

ଭାବନାର ସୋମ୍ୟ ଉପବନେ

କରୁଣାରେ ବିଚଳିତ

ନିରିମାୟା ନିରୀହ ହୃଦୟ

ହେ ମୋର ଅବୁଝା ସାଥି

ତୁହିଁ ମୋର ନବ ସୁର୍ୟୋଦୟ

ଆଚ୍ଛନ୍ନ କରିଚି ରୂପ ଚମତ୍କାର

ଦୁର୍ଲଭ ଯା ସର୍ବତ୍ର ମହୀରେ.

ଆଚ୍ଛନ୍ନ କରିଚି ରୂପ ଚମତ୍କାର

ଦୁର୍ଲଭ ଯା ସର୍ବତ୍ର ମହୀରେ ...

ଆଖିରେ ଲେଖି ସପନ,

ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଛାଡିକି ପାରିବି ତତେ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି

ଅପେକ୍ଷା ର କାଳ ସରୁ ସରୁ

Selengkapnya dari Satyajit/Lopamudra

Lihat semualogo