ଝି-ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ମିଛ ଥିଲା ଏ ହସ
ମିଛ ଥିଲା ଏ ହସ
ଆଜି ହେଇଗଲା ସତ
ପୁ-ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ଭଙ୍ଗା ଥିଲା ଦେଉଳ
ଭଙ୍ଗା ଥିଲା ଦେଉଳ
ଆଜି ଲାଗିଗଲା ନେତ
ଝି-ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ପୁ-ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ଝି-କିଏ ସେ ଆସିଲା ରଙ୍ଗ ତୂଳୀ ଧରି
ବିନା ସିନ୍ଦୁରରେ ସିନ୍ଥି ଗଲା ଭରି
କିଏ ସେ ଆସିଲା ରଙ୍ଗ ତୂଳୀ ଧରି
ବିନା ସିନ୍ଦୁରରେ ସିନ୍ଥି ଗଲା ଭରି
ପୁ-ହାଁ ମତେ ମୋ ନିଜଠୁ କଲା କିଏ ଚୋରି
ଲାଗୁଚି ଯେମିତି ପାରିବିନି ଫେରି
ଝି-ବାର ମାସ ଏ ମନେ ଏ ଏ ଏ
ବାର ମାସ ଏ ମନେ
ଆଜି ହବ ତେର ଯାତ
ପୁ-ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ଝି-ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ପୁ-ହେ ଝରି ଯାଇଥିଲା ବଉଳରୁ ବାସ
କିଛି ଦୋଷ ତୋର କିଛି ମୋର ଦୋଷ
ଝରି ଯାଇଥିଲା ବଉଳରୁ ବାସ
କିଛି ଦୋଷ ତୋର କିଛି ମୋର ଦୋଷ
ଝି-ପଡ଼ିଥିଲା ଗଣ୍ଠି ଫିଟେଇଲୁ ଫାସ
ମିଶିଗଲା ଆଜି ମାଟିରେ ଆକାଶ
ପୁ-ବହିଯିବ ମଳୟ ହେ ଏ ଏ ଏ
ବହିଯିବ ମଳୟ
କି ଖରା କି ଶୀତ
ଝି-ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ମିଛ ଥିଲା ଏ ହସ
ମିଛ ଥିଲା ଏ ହସ
ଆଜି ହେଇଗଲା ସତ
ପୁ-ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ଭଙ୍ଗା ଥିଲା ଦେଉଳ
ଭଙ୍ଗା ଥିଲା ଦେଉଳ
ଆଜି ଲାଗିଗଲା ନେତ
ଝି-ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
ପୁ-ବାଟ ଚାଲୁ ଚାଲୁ ଧରିଲି ତୋ ହାତ
ଝି-ଆ ଆ ହା ହା ହା
ପୁ-ହେ ହେ ହେ ହେ ହେ