ତୋର ହରିଣୀ ଆଖି, ଏ ଆଖି, ଏ ଆଖି, ହରିଣୀ ଆଖି
ମୋ ଛାତି ଭିତରୁ ମନଟାକୁ ନେଲା ରେ ଡାକି
ମୋର ଗହନା କେଶ, ଏ କେଶ, ଏ କେଶ, ଗହନା କେଶ
ମୁଁ ଛାଟିଦେଲି ଯେବେ ମହକେ ତାର ହେଲୁ ବେହୋସ
ଆଲୋ ଲାଜ ଜୁଡୁବୁଡୁ ଓଠ ତୋର ମହୁ ବରଷା
ମୁଁ ଲୁଟି ନେଇଯିବି ସବୁ, ଯଦି ସହଜରେ ପଟିଯିବୁ ତତେ ଚଢ଼ିବ ନିଶା
ତୋର ହରିଣୀ ଆଖି, ଏ ଆଖି, ଏ ଆଖି, ହରିଣୀ ଆଖି
ମୋ ଛାତି ଭିତରୁ ମନଟାକୁ ନେଲା ରେ ଡାକି
ମୋ ଛାତି ଭିତରୁ ମନଟାକୁ ନେଲା ରେ ଡାକି
ଭସା-ଭସା ମେଘକୁ ତୁ, ମୁଁ ହେଲି ଦୂର ପବନ
କାହିଁ ଏତେ କରୁ ଉଚ୍ଛନ୍ନ? ଉଡେଇ ନେଇଯିବି ମୁଁ
ସାଧା-ସିଧା ଝିଅ ମୁଁ, ତୁ ହେଲୁ ଭାରି ସିଆଣା, ଖେଳ ତତେ ଭଲରେ ଜଣା
ନାଇଁ ବାବା ଯିବିନାହିଁ ମୁଁ
ତୋର ହଂସୀନି ଚାଲି, ଏ ଚାଲି, ଏ ଚାଲି, ହଂସୀନି ଚାଲି
ମୋ ଛାତି ଭିତରେ କଲିଜାକୁ କଲା ଫାଜିଲି
ଆରେ ସୁନା ଝରା ମୋର ରୂପ-ରଙ୍ଗ ଗଙ୍ଗଶିଉଳି
ମୁଁ ଫୁଟିବା ଆଗରୁ ଯଦି ଝରିବାକୁ କରେ ଜିଦ୍ଦି ତୁ ନେରେ ତୋଳି
ମୋ ହରିଣୀ ଆଖି, ଏ ଆଖି, ଏ ଆଖି, ହରିଣୀ ଆଖି
ତୋ ଛାତି ଭିତରୁ ମନଟାକୁ ନେଲି ରେ ଡାକି
ତୋ ଛାତି ଭିତରୁ ମନଟାକୁ ନେଲି ରେ ଡାକି
ଭୋଲା-ଭାଲା ପ୍ରେମକୁ କରିଦେଲୁ ଭାରି ଚଗଲି, ହେଇଗଲି ବେସି ନଖରୀ
ହଜେଇଦେଲି ନିଦକୁ
ହାଏ, गिला-गिला ମନକୁ ମାରିଦେଲୁ ଏମିତି ଚୂନ, କଳ ଖାଇଗଲା ଜୀବନ
ଭେଦିଦେ ଟିକେ ଓଠକୁ
ମୋର ପତଳା-ନିଦ, ଏ ନିଦ, ଏ ନିଦ, ପତଳା-ନିଦ
ରାତି ଅଧରେ ଭାଙ୍ଗିଯାଏ ଶୁଣି ତୋ ଶବଦ
ଆଲୋ, ରାତି-ରାତି ସାରା ଚେଇଁ-ଚେଇଁ ତତେ ଭାବୁଛି
ତୁ ଛୁଇଁବା ଆଗରୁ ଆସି ପୁଣି ପବନରେ ଯାଉ ମିଶି
ତତେ କେତେ ଖୋଜୁଛି
ମୁଁ ଗହମ-ରଙ୍ଗ, ଏ ରଙ୍ଗ, ଏ ରଙ୍ଗ, ଗହମ-ରଙ୍ଗ
ତୁ ସକାଳୁ ଉଠି ମୋତେ ଦେଖିଲେ ବଦଳେ ପାଗ
ତୁ ସକାଳୁ ଉଠି ମୋତେ ଦେଖିଲେ ବଦଳେ ପାଗ