menu-iconlogo
huatong
huatong
avatar

Mu Kahuchi Sabu Karuchi Mu

Abhijit Majumdarhuatong
ormond4huatong
Testi
Registrazioni
ମୁଁ କହୁଛି ସବୁ କରିଛି ମୁଁ

ତୁ କହୁଛୁ ସବୁ କରିଛୁ

ମୁଁ କହୁଛି ସବୁ କରିଛି ମୁଁ

ତୁ କହୁଛୁ ସବୁ କରିଛୁ

କରି କରାଉଥାଏ ଯିଏ ମନ

ଭଜୁଥା ରେ ସେଇ ଚଉବାହାକୁ

କିଏ ତୁ?

କିଏ ମୁଁ?

କିଏ ତୁ?

କିଏ ମୁଁ?

ମୁଁ କହୁଛି ସବୁ ଦେଖିଛି ମୁଁ

ତୁ କହୁଛୁ ସବୁ ଦେଖିଛୁ

ମୁଁ କହୁଛି ସବୁ ଦେଖିଛି ମୁଁ

ତୁ କହୁଛୁ ସବୁ ଦେଖିଛୁ

ବଡ଼ ଦେଖଣାହାରି ଯିଏ

ମନ ଭଜୁଥା ରେ ସେଇ ଚଉବାହାକୁ

କିଏ ମୁଁ?

କିଏ ତୁ?

କିଏ ମୁଁ?

କିଏ ତୁ?

କାଳସର୍ପ ମୁହେଁ ବେଙ୍ଗ ରହିଥାଏ

ଘଡ଼ିକେ ଜୀବନ ଯିବ

ଘଡ଼ିକେ ଜୀବନ ଯିବ

ତଥାପି ପାଖରେ କଙ୍କିଟେ ଉଡ଼ିଲେ

ବେଙ୍ଗ କରେ କେତେ ଲୋଭ

ବେଙ୍ଗ କରେ କେତେ ଲୋଭ

ଧନ୍ୟ ରେ ମଣିଷ

ଧନ୍ୟ ତୋ ସାହାସ

ମରଣ ଦେଲାଣି ଠାର

ମରଣ ଦେଲାଣି ଠାର

ଥାଇ ଗୋଟାକୁରେ ଆୟୁଷ ନିଅଣ୍ଟ

ହେଲେ କହୁ ସବୁ ମୋର

ହେଲେ କହୁ ସବୁ ମୋର

ମୁଁ କହୁଛି ସବୁ ରଖିଛି ମୁଁ

ତୁ କହୁଛୁ ସବୁ ରଖିଛୁ

ମୁଁ କହୁଛି ସବୁ ରଖିଛି ମୁଁ

ତୁ କହୁଛୁ ସବୁ ରଖିଛୁ

ହେଲେ ରଖିଲାବାଲା ଯିଏ

ମନ ଭଜୁଥା ରେ ସେ ଚଉବାହାକୁ

କିଏ ତୁ?

କିଏ ମୁଁ?

କିଏ ତୁ?

କିଏ ମୁଁ?

ମହାଭାରତର ଧର୍ମଯୁଦ୍ଧ ବେଳେ

ମରିଲେ କୌରବଗଣ

ମରିଲେ କୌରବଗଣ

ସୁଦର୍ଶନ ଚକ୍ର ସଭିଙ୍କୁ ଛେଦିଲା

ପାଣ୍ଡବଙ୍କ ମିଛ ଟାଣ

ପାଣ୍ଡବଙ୍କ ମିଛ ଟାଣ

ସରଗକୁ ସିଡି ବାନ୍ଧି ପାରିଲାନି

ଦଶାନନ ପଣ କରି

ଦଶାନନ ପଣ କରି

ମିଛେ ଗଡଉଛୁ ପଶାପାଲି ଗୋଟି

କଉଦିନ ଯିବୁ ହାରି

କଉଦିନ ଯିବୁ ହାରି

ମୁଁ କହୁଛି ସବୁ ଜିତିଛି ମୁଁ

ତୁ କହୁଛୁ ସବୁ ଜିତିଛୁ

ମୁଁ କହୁଛି ସବୁ ଜିତିଛି ମୁଁ

ତୁ କହୁଛୁ ସବୁ ଜିତିଛୁ

ଜିତି ଜିତଉଥାଏ ଯିଏ

ମନ ଭଜୁଥା ରେ ସେ ଚଉବାହାକୁ

କିଏ ତୁ?

କିଏ ମୁଁ?

କିଏ ତୁ?

କିଏ ମୁଁ?

ମୁଁ କହୁଛି ସବୁ କରିଛି ମୁଁ

ତୁ କହୁଛୁ ସବୁ କରିଛୁ

ମୁଁ କହୁଛି ସବୁ କରିଛି ମୁଁ

ତୁ କହୁଛୁ ସବୁ କରିଛୁ

କରି କରାଉଥାଏ ଯିଏ ମନ

ଭଜୁଥା ରେ ସେଇ ଚଉବାହାକୁ

କିଏ ତୁ?

କିଏ ମୁଁ?

କିଏ ତୁ? ତୁ? ତୁ?

କିଏ ମୁଁ?

କିଏ ତୁ?

କିଏ ମୁଁ?

କିଏ ତୁ?

କିଏ ମୁଁ?

Altro da Abhijit Majumdar

Guarda Tuttologo
Mu Kahuchi Sabu Karuchi Mu di Abhijit Majumdar - Testi e Cover