menu-iconlogo
huatong
huatong
Testi
Registrazioni
ପ୍ରେମଗାଁ ଡ଼େଇଁ ଯେବେ ତୁ ଆସିଲୁ

ମୋ ସପନ ସାରା ଭିଡ଼ ତୋ' ଚେହେରା

ଲାଜସବାରୀରେ ଯେବେ ବସେଇଲୁ

ଭଲଲାଗେ ତୋର ସେଇ ମିଠା ଇସାରା

ତୁ ଏମିତି ଖୁସିର ସୁଅ

ଖୋଜେ ଖାଲି ତୋ'ରି ମୁହଁ

ତୋ ପାଖେ ଯେମିତି ସବୁ ଦେଲି ସରେଇ

ତୋ' ପ୍ରେମର ମୌସୁମୀ ଯେବେ ଦେଲାରେ ଭିଜେଇ

ମୋ' ନିଦ ସାରା ଜହ୍ନ ଦିଏ ସପନ ସଜେଇ

ମୋ' ପ୍ରେମର ମୌସୁମୀ ଆଜି ଯାଉଚିରେ କହି

ତୋ ବିନା ଜୀବନେ କେହି ଆସିବାର ନାହିଁ

କେତେ ରଙ୍ଗ ଦେଇ କିଏ ସେ ଗଢ଼ିଛି?

ସବୁଯାକ ତୋ' ପାଖରେ ଦେଇଛି ସାରି, ଦେଇଛି ସାରି

ଚାହିଁଦେଲା ପରେ, ତୋ ମିଠା ନଜର

ସୁନ୍ଦରତା ମୋର ସତେ ଯାଇଛି ବଢ଼ି, ଯାଇଛି ବଢ଼ି

ଅଭିମାନ ପରଦା ଚିରି

ଦେଲୁ ଯେବେ ଆଖିରେ ଠାରି

ମନଟାକୁ ତୋ ପାଖରେ ଦେଲି ରେ ହଜେଇ

ତୋ' ପ୍ରେମର ମୌସୁମୀ ଯେବେ ଦେଲାରେ ଭିଜେଇ

ମୋ' ନିଦ ସାରା ଜହ୍ନ ଦିଏ ସପନ ସଜେଇ

ମୋ' ପ୍ରେମର ମୌସୁମୀ ଆଜି ଯାଉଚିରେ କହି

ତୋ ବିନା ଜୀବନେ କେହି ଆସିବାର ନାହିଁ

କଜ୍ଜଳର ଗାର ଆଖିତଳେ ମୋର

ତୋ ପ୍ରେମର ବରଷାରେ ଗଲାଣି ଧୋଇ, ଗଲାଣି ଧୋଇ

ସେଇ ବରଷାରେ ପାଇଛି ତୋ' ମନ

ମାଗିଲେ ତୁ ପାରିବିନି ଆଉ ଫେରେଇ, ଆଉ ଫେରେଇ

ଅବୀର ବୋଳା ଓଢ଼ଣୀରେ

ଯେବେ ଆସି ଧରା ଦେଲୁରେ

ପ୍ରେମରୁତୁ ଫେରିଲା କି ଟିକେ ଲାଜେଇ

ତୋ' ପ୍ରେମର ମୌସୁମୀ ଯେବେ ଦେଲାରେ ଭିଜେଇ

ମୋ' ନିଦ ସାରା ଜହ୍ନ ଦିଏ ସପନ ସଜେଇ

ମୋ' ପ୍ରେମର ମୌସୁମୀ ଆଜି ଯାଉଚିରେ କହି

ତୋ ବିନା ଜୀବନେ କେହି ଆସିବାର ନାହିଁ

Altro da Humane sagar/Subhalaxmi Dash

Guarda Tuttologo