menu-iconlogo
huatong
huatong
avatar

Aa Kahuchhi Tate

Krishnahuatong
quietjejthuatong
Testi
Registrazioni
ଏ....... ଆ କହୁଛି ତତେ....

ଗୋଟେ କାହାଣୀ ଥିଲା

ଶୁଣ.... ଗୋଟେ ଦିୱାନୀ ପାଇଁ

ଜଣେ ଦିୱାନା ହେଲା

ସେ ଦିୱାନାର ଗୋଟେ ମନ ଥିଲା

ପ୍ରେମରେ ସେ ମନ ହାରିଥିଲା

ସେଇ ହାରିବାରେ ସିଏ ଖୁସି ଥିଲା

ନିଜ ଠାରୁ ବେଶି ଭଲ ପାଇଥିଲା

ଭଲ ପାଇ ସିଏ ସବୁ ଭୁଲିଲା

ଭୁଳିବନି ବୋଲି ରାଣ ଖାଇଲା

ରାଣ ଦେଇ ତାକୁ ପାଖେ ଡାକିଲା

ମିଠା ମିଠା କଥା କେତେ କହିଲା

କିଛି କଥା କହି....କିଛି ଦିନ ଗଲା

କିଛି କଥା ପୁଣି.. କହି ନ ପାରିଲା

କିଛି ରହିଗଲା ଅଧାରେ......

ଅଧାରେ........ ଅଧାରେ.....

ସାଥିରେ......... ସାଥୀରେ......

ସାଥିରେ.......... ସାଥିରେ......

ତୋର ମୋର ଦେଖା ହବ

ଆର ଜନମରେ

ତୋର ମୋର ଦେଖା ହବ

ଆର ଜନମରେ

ମିଛ ନୁହେଁ ସତ ଏହି.. କାହାଣୀ ପ୍ରେମର

ସେଇ କାହାଣୀ ତ ସବୁ ଯୁଗରେ ଅମର

ଲେଖା ନାହିଁ ଏ କାହାଣୀ ପୁରାଣ ପୋଥିରେ

ହସ ଆଉ ଲୁହରେ ସେ ଲେଖା ହୃଦୟରେ

ଏ.... ଆ କହୁଛି ତତେ.....

ଗୋଟେ କାହାଣୀ ଥିଲା

ଶୁଣ...... ଗୋଟେ ବଗିଚା ଥିଲା..

ଜଣେ ମାଳି ବି ଥିଲା

ସେ ମାଳି ଦିନେ ନିଜ ବଗିଚାରେ

ପୁଲ ଫୁଟେଇଲା ଅତି ଯତନରେ

ଫୁଲ ଫୁଟୁ ଫୁଟୁ ଦିନେ ଫଗୁଣରେ

ଝଡ଼ ବହିଗଲା ଆସି ଅଦିନରେ

ଡାଳ ଭାଙ୍ଗିଗଲା ଫୁଲ ଝଡ଼ିଲା

ସେଇ ବଗିଚା'ଟି ଉଜୁଡ଼ି ଗଲା

ଭାରି ଏକୁଟିଆ ମାଳି ତ ହେଲା

ଲୁହ ହେଇ ତାର ସପ୍ନ ବହିଲା

କିଛି ସ୍ୱପ୍ନ ସିନା... ଦେଖି ସାରିଥିଲା

ଆଉ କିଛି ସ୍ୱପ୍ନ... ଦେଖି ନ ପାରିଲା

କିଛି ରହିଗଲା ଅଧାରେ....

ଅଧାରେ..... ଅଧାରେ.....

ସାଥିରେ......... ସାଥୀରେ......

ସାଥିରେ.......... ସାଥିରେ......

ତୋର ମୋର ଦେଖା ହବ

ଆର ଜନମରେ..

ତୋର ମୋର ଦେଖାହବ

ଆର ଜନମରେ..

ଏମିତି କାହାଣୀ କେହି.. ନଥିବେ'ତ ଶୁଣି

ସମୟ ସେ କାହାଣୀ'ର.. ବୁଢ଼ୀ ଅସୁରୁଣୀ

ବୁଢ଼ୀ ଅସୁରୁଣୀ ପୁଣି... କରିଦେଲା ଗୁଣି

ଅଲଗା ତ ହେଇଗଲେ...ରାଜା ଆଉ ରାଣୀ

ଏ..... ଆ କହୁଛି ତତେ....

ଗୋଟେ କାହାଣୀ ଥିଲା

ଶୁଣ..... ଗୋଟେ ମାଆ'ର ପୁଣି...

ସୁନା ପୁଅଟେ ଥିଲା

ସେ ପୁଅ ଯେବେ ଜନ୍ମ ହେଇଥିଲା

ତାର ଗାଲରେ ମାଆ ଗେଲ କରୁଥିଲା

ସେଇ ମାଆ ଦିନେ....ତାରା ହେଇଗଲା

ରାହା ଧରି ପୁଅ.... କୁଆଁ କୁଆଁ ହେଲା

କୁଆଁ କୁଆଁ କାନ୍ଦ ଯେବେ ଶୁଣିଲା

ସୁନା କଣ୍ଢେଇ'ଟେ ମାଆ ପଠେଇଦେଲା

କଥା କୁହା ସେଇ ସୁନା କଣ୍ଢେଇ'ର

ହାତ ଧରି ଗଲା ବାଟ କିଛି ଦୂର

କିଛି ବାଟ ଯାଇ... କିଛି ଦିନ ଗଲା

ଆଉ କିଛି ବାଟ... ଚାଲି ନ ପାରିଲା

କିଛି ରହିଗଲା ଅଧାରେ.......

ଅଧାରେ....... ଅଧାରେ........

ସାଥିରେ........ ସାଥିରେ.......

ସାଥିରେ....... .ସାଥିରେ.......

ତୋର ମୋର ଦେଖା ହବ

ଆର ଜନମରେ

ତୋର ମୋର ଦେଖା ହବ

ଆର ଜନମରେ

ତୋର ମୋର ଦେଖା ହବ

ଆର ଜନମରେ

ତୋର ମୋର ଦେଖା ହବ

ଆର ଜନମରେ

ତୋର ମୋର ଦେଖା ହବ

ଆର ଜନମରେ

ତୋର ମୋର ଦେଖା ହବ

ଆର ଜନମରେ

Altro da Krishna

Guarda Tuttologo