menu-iconlogo
huatong
huatong
sourav-bharadwaj-rakhithili-manatau-mu-je-saiti-cover-image

Rakhithili Manatau Mu Je Saiti

Sourav Bharadwajhuatong
rashaundavishuatong
Testi
Registrazioni
ସବୁ ଅପେକ୍ଷାର ଅନ୍ତ ହେଲା ତୋ ପାଇଁ ଆଜି

ହାରୁ ହାରୁ ଆଜି ଜିତିଗଲି ପ୍ରେମର ବାଜି

ତୁ ଅଜାଣତେ ରହିଗଲୁ ହୃଦୟ ସାଜି

ସାତ ଜନମକୁ ରହିବାକୁ ହେଲି ମୁଁ ରାଜି

ଓହ୍ଲେଇ ଆସିଲୁ ତୁ ସୁନାର ପରୀଟେ

ହୃଦୟରେ ରହିଗଲୁ କରି ତୁ ଘରଟେ

ତୁ ଆସିଲୁ ବୋଲି ଆସିଗଲା ପ୍ରେମ-ତିଥି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

ତତେ ପାଇ ଶହେ ଗୁଣା ଖୁସି ଆଜି ପାଇଛି

ନିଜକୁ ମୁଁ ନିଜେ ଆଜି ହଜେଇ ଦେଇଛି

ହୋ, ଆଇନା ଚାହିଁଦେଲେ ମୁହଁ ତୋର ଦିଶୁଛି

ପ୍ରେମରେ ପଡିଲା ପରେ ଏମିତିକା ହଉଛି

ସଜେଇ ହେଲୁ ତୁ ସତେ ଦିଶୁ ମହାରାଣୀ

ମୁହଁ ସାରା ଦିଶେ ତୋର ଲାଜର ଛାଉଣୀ

ହାତ ମୋର ଧରି ହେଇଗଲୁ ଜୀବନ ସାଥି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

ଆମ ପ୍ରେମ ରହିଯିବ ଇତିହାସ ହେଇକି

ଯୁଗ ଯୁଗ ପ୍ରେମ ଥିବ ଆମକୁ ଦେଖିକି

ହୋ, ନୂଆ କରି ଲେଖା ହବ ଆମ ଏ ପ୍ରେମ କାହାଣୀ

କାହାଣୀରେ ହେଇଯିବା ମୁଁ ରାଜା ତୁ ରାଣୀ

ସୁନାର ପାଲିଙ୍କି କେବେ ସଜେଇ ଆଣିବୁ?

କନିଆ କରିକି ମତେ ସାଥେ ନେଇଯିବୁ

୧୦୦ ଯୁଗ ପାଇଁ ଆମ ପ୍ରେମ ହବନି ଇତି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

ରଖିଥିଲି ମନଟାକୁ ମୁଁ ଯେ ସାଇତି

ଦେଇଦେଲି ତାକୁ ଆଜି ତତେ ମୁଁ ସାଥି

Altro da Sourav Bharadwaj

Guarda Tuttologo