ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ଥରେ ଫେଣ୍ଟିହେଲେ ତୋ ମିଠା-ରଙ୍ଗ
ଦେହସାରା ଖେଳିଯିବ ତରଙ୍ଗ
ଆଉ ଫେରି ପାରିବୁନି ଜୁଆର ମୁଁ ଅବୁଜା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ତତଲା ତୋ ଧିମା-ଧିମା ନିଶ୍ୱାସ
ଛୁଁ-ଛୁଁ ଜଳିଯାଏ ବାରୁଦ ଏ ବୟସ
ତୋ ଛୁଆଁରେ ହାଏ, ଏ କି ମାଦକ?
କାଦମ୍ବରି-ନିଶା ହାରେ କରିଦିଏ କୁହୁକ
ଦୂରେ-ଦୂରେ ଆଉ ହୁଏନା ରହି
ଓଠ ଯାହା ଆଜି ପାରେନା କହି
ଦେହର କବିତା ମୋର ଆଖିରେ ତୁ ପଢିଯା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
କଳାମେଘି ତୋର ସେଇ କେଶରେ
ଛନ୍ଦିଦେ ତୁ ଧୀରେ-ଧୀରେ ସେ ଅଡୁଆ ଫାସରେ
କମିଯାଉ ଆମ ପ୍ରେମ-ଦୂରତା
ସରିଯାଉ ତୋ ବାହୁରେ ସବୁ ଚଞ୍ଚଳତା
ଗାଲେ ନେସିଦେ ତୋ ଅଳସୀ-ରଙ୍ଗ
ଗଲେ ଲାଗିଯାଉ ରେଶମୀ ଦାଗ
ଅଧା-ଅଧୁରା କାହାଣୀ ଆଜି ପୁରା କରିଯା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା