menu-iconlogo
huatong
huatong
avatar

Mo hatare bandhi delu rakhi

Tapu Mishrahuatong
paojac_03huatong
Testi
Registrazioni
ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ

ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ

ତୁ ସେନେହ ତୁ ମମତା, ତୁ ମୋ ଭାଇ ଜଗଜିତା

ତୁ ସେନେହ ତୁ ମମତା, ତୁ ମୋ ଭାଇ ଜଗଜିତା

କଥା ଦେ ମୋତେ କେବେ ଦବୁନି ଠକି

ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ..

ଏଇ ଘର ଏ ଅଗଣା ଆଉ ବଗିଚାର ମାଳି

ଆମେ ଦୁହେଁ ମାଳିଙ୍କର ଜୀବନ ସଙ୍ଖାଳୀ

ଏଇ ଘର ଏ ଅଗଣା ଆଉ ବଗିଚାର ମାଳି

ଆମେ ଦୁହେଁ ମାଳିଙ୍କର ଜୀବନ ସଙ୍ଖାଳୀ

ଆକାଶ ର ଜନ୍ହମାମୁଁ ମା ଦେଖେଇଛି

ମା ମୋତେ ହାତଧରି ଚାଲି ଶିଖେଇଛି

କଥା ଦେ ମୋତେ କେବେ ଦବୁନି ଠକି

ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ..

ଏଇ ଖେଳ ଆଗକୁ ଅବା ଥିବ ନୋ ଥିବ

କିଏ ଜାଣେ କେତେବେଳେ ଦିନ ସରିଯିବ

ଏଇ ଖେଳ ଆଗକୁ ଅବା ଥିବ ନୋ ଥିବ

କିଏ ଜାଣେ କେତେବେଳେ ଦିନ ସରିଯିବ

ଭାଗବାନ ମୋତେ ଦିଅ ଏତିକି ଆଶିଷ

ସବୁଦିନ ଦେଖୁଥିବି ମୋ ଭାଇର ହସ

କଥା ଦେ ମୋତେ କେବେ ଦବୁନି ଠକି

ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ..

ମୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ..

ତୁ ସେନେହ ତୁ ମମତା, ତୁ ମୋ ଭାଇ ଜଗଜିତା

ତୁ ସେନେହ ତୁ ମମତା, ତୁ ମୋ ଭାଇ ଜଗଜିତା

କଥା ଦେ ମୋତେ କେବେ ଦବୁନି ଠକି

ତୋ ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ମୋର ରହିଲା ସାକ୍ଷୀ..

ହାତରେ ବାନ୍ଧି ଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ..

ରାକ୍ଷୀ ମୋର ରହିଲା ସାକ୍ଷୀ..

ରାକ୍ଷୀ ତୋର ରହିଲା ସାକ୍ଷୀ..

Altro da Tapu Mishra

Guarda Tuttologo