menu-iconlogo
huatong
huatong
babul-supriyo-sanja-naingale-cover-image

Sanja Naingale

Babul Supriyohuatong
player105764huatong
歌詞
収録
ହଁମ୍.. ସଂଜ ନଇଁଗଲେ, ଚାନ୍ଦିନୀ ରାତିରେ

ତମ କଥା ମନେପଡେ..

ପାହାନ୍ତିଆ ତାରା,ଫୁଟିଗଲେ ଆକାଶେ

ତମ ଚିଠି ଖୋଲି ପଢେ..

ତମେ ତୋ,ତମେ ତୋ..

ତମେ ତୋ,ତମେ ତୋ..

ତମେ ତୋ..

ତମେ କେମିତି ଶୋଇପାରୁଚ ରାତିରେ.. 2

ତମେ ଯେବେ ପାଖେଥିଲ ଲାଗୁଥିଲା ଭଲ..

ଜନ୍ହ ରାଇଜକୁ ଯାଇ, ତୁଳୁଥିଲି ଫୁଲ..

ହୋ..ତମେ ଆଜି ପାଖେ ନାହଁ

ସବୁ ଖାଲି ଖାଲି..

ଜୀବନ ଟା ଲାଗେ ମତେ ମୁରୁଚୋରା ବାଲି..

ସକାଳ ସୂରୁଜ.. ହସିଲେ ଆକଶେ..

ତମକଥା ମନେପଡେ..

ତମେ ତୋ,ତମେ ତୋ..

ତମେ ତୋ,ତମେ ତୋ..

ତମେ ତୋ..

ତମେ କେମିତି ହସିପାରୁଚ ଖୋସିରେ.. 2

କାଲି ଆସି ଫଗୁଣ ତୋ ଆଜି ଚାଲିଗଲା..

ଯାଉ ଯାଉ ଶ୍ରାବଣକୁ ଡାକି ଦେଇ ଗଲା..

ହୋ ଖୋସି ବୋଲି ଜୀବନରେ ଆଉ କିଛି ନାହିଁ..

କେମିତି ହସିବି କୁହ ଆଉ କାହା ପାଇଁ..

ଶ୍ରାବଣ ରାତିରେ ଦୀପ ଲିଭି ଗଲେ..

ତମ କଥା ମନେପଡେ

ତମେ ତୋ,ତମେ ତୋ..

ତମେ ତୋ,ତମେ ତୋ..

ତମେ ତୋ..

ତମେ କେମିତି ଚାଲିପାରୁଛ ବାଟରେ.. 2

ସଂଜ ନଇଁଗଲେ, ଚାନ୍ଦିନୀ ରାତିରେ

ତମ କଥା ମନେପଡେ..

ପାହାନ୍ତିଆ ତାରା,ଫୁଟିଗଲେ ଆକାଶେ

ତମ ଚିଠି ଖୋଲି ପଢେ..

ତମେ ତୋ,ତମେ ତୋ..

ତମେ ତୋ,ତମେ ତୋ..

ତମେ ତୋ..

ତମେ କେମିତି ଶୋଇପାରୁଛ ରାତିରେ.. 2

Babul Supriyoの他の作品

総て見るlogo