menu-iconlogo
huatong
huatong
avatar

Runu Jhunu Subhe Aji

Namita Agrawalhuatong
62106609599huatong
歌詞
レコーディング
ରୁଣୁ ଝୁଣୁ ଶୂଭେ ଆଜି ମୋ ମାର ସୁନା ପାଉଁଜି

ରୁଣୁ ଝୁଣୁ ଶୂଭେ ଆଜି ମୋ ମାର ସୁନା ପାଉଁଜି

ସରଗୁ ଓହ୍ଲେଇ ଆସେ ମହାମାୟୀ--୨

ପୂଜା ପିଠେ ଉଠେ ବାଜି ମୋ ମାର ସୁନା ପାଉଁଜି

ରୁଣୁ ଝୁଣୁ ଶୂଭେ ଆଜି ମୋ ମାର ସୁନା ପାଉଁଜି

ମାର ମନ୍ଦିର ଆହାକି ସୁନ୍ଦର

ଦେଖିଲେ ଲାଗୁଚି ନୂଆ ଲାଗୁଚି ନୂଆ

ଶରତ ଋତୁରେ ଅଶିଣ ମାସରେ

ମରତେ ଆସୁଚି ମାଆ ଆସୁଚି ମାଆ

ମାର ମନ୍ଦିର ଆହାକି ସୁନ୍ଦର

ଦେଖିଲେ ଲାଗୁଚି ନୂଆ ଲାଗୁଚି ନୂଆ

ଶରତ ଋତୁରେ ଅଶିଣ ମାସରେ

ମରତେ ଆସୁଚି ମାଆ ଆସୁଚି ମାଆ

ଯାଇଚି ଏ ମାଟି ସରଗ ପାଲଟି--୨

ଶୋଭା ଦେଖି ହୁଏ ବୁଝି ମୋ ମାଟି ଆସୁଚି ଆଜି

ରୁଣୁ ଝୁଣୁ ଶୂଭେ ଆଜି ମୋ ମାର ସୁନା ପାଉଁଜି

ମଣ୍ଡପେ ମଣ୍ଡପେ ମାର ପ୍ରତିମା

ଅମର୍ତ ଲାବନ୍ୟ ମୟୀ ଲାବନ୍ୟ ମୟୀ

ଭକତ ପାଇଁସେ ଧରା ଧାମେ ଆସେ

ଜଗତ କଲ୍ୟାଣୀ ହୋଇ କଲ୍ୟାଣୀ ହୋଇ

ମଣ୍ଡପେ ମଣ୍ଡପେ ମାର ପ୍ରତିମା

ଅମର୍ତ ଲାବନ୍ୟ ମୟୀ ଲାବନ୍ୟ ମୟୀ

ଭକତ ପାଇଁସେ ଧରା ଧାମେ ଆସେ

ଜଗତ କଲ୍ୟାଣୀ ହୋଇ କଲ୍ୟାଣୀ ହୋଇ

କରିବାକୁ ପୂଜା ମାଆ ଦଶଭୁଜା--୨

ସେଇ ଶୁଭ ଦିନ ଆଜି ଏ ଶରତେ ଆସିଛି ସାଜି

ରୁଣୁ ଝୁଣୁ ଶୂଭେ ଆଜି ମୋ ମାର ସୁନା ପାଉଁଜି

ସରଗୁ ଓହ୍ଲେଇ ଆସେ ମହାମାୟୀ--୨

ପୂଜା ପିଠେ ଉଠେ ବାଜି ମୋ ମାର ସୁନା ପାଉଁଜି

ରୁଣୁ ଝୁଣୁ ଶୂଭେ ଆଜି ମୋ ମାର ସୁନା ପାଉଁଜି

ସୁନା ପାଉଁଜି--୨

Namita Agrawalの他の作品

総て見るlogo