menu-iconlogo
huatong
huatong
avatar

Jogadi rakhitha babu...Odia bhajan

PRASANT-HAL-ODISHAhuatong
62106609599huatong
歌詞
レコーディング
ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ମୋତେ ମରଣ ଡାକୁଚି ଆରେ..ଆରେ..ଆରେ

ମୋତେ ମଶାଣି ଡାକୁଚି ଆ

ମୋତେ ଜମ ଡାକିଲାଣି ଆରେ..ଆରେ..ଆରେ

ମୋତେ କାଳ ଡାକିଲାଣି ଆ

ବେଳ ହେଲା ବେଳ ହେଲା ଯିବି ବାହୁଡ଼ି

ମୁଁ ଯିବି ବାହୁଡ଼ି

ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ବୁଲେଇନେ ବାବୁରେତୁ ମୋତେ ଥରେ ତୀର୍ଥ

ଦେଖେଇଦେ ମୋତେ ଥରେ ପ୍ରଭୁ ଜଗନ୍ନାଥ

ହଁ..ସରି ସରି ଆସିଲାଣି ମୋ ଜୀବନ ପଥ

ଶେଷବେଳେ ସୁଣେଇଦେ ପଦେ ଭାଗବତ

ମୋତେ ତୁଳସୀ ଟିକିଏ ଦେରେ..ଦେରେ..ଦେରେ

ମୋତେ ନିର୍ମାଲ୍ୟ ଟିକିଏ ଦେ

ମୋତେ ଗଙ୍ଗାଜଳ ଟିକେ ଦେରେ..ଦେରେ.. ଦେରେ

ମୋତେ କୈବଲ୍ୟ ଟିକିଏ ଦେ

ସଜେଇଦେ ସଜେଇଦେ ଶେଷ ସଙ୍ଗାଡ଼ି

ମୁଁ ଯିବି ବାହୁଡ଼ି

ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ସିନ୍ଦୁକରେ ସାଇତିଚି ଯେତେ ସବୁ ଧନ

ତୋ ପାଇଁ ମୁଁ ଛାଡ଼ିଯିବି ଆରେ ବାବୁ ଧନ

ହଁ..ମୋ ରାଇଜ ତୋ ହାତରେ ଯିବି ଜିମା ଦେଇ

ଆସିଥିଲି ଶୂନ୍ୟ ହେଇ ଯିବି ଶୂନ୍ୟ ହୋଇ

ମୋତେ କାନ୍ଧରେ କାନ୍ଧେଇ ନେରେ..ନେରେ.. ନେରେ

ମୋତେ ମୁଣ୍ଡରେ ମୁଣ୍ଡେଇ ନେ

ମୋତେ ସିରିକ୍ଷେତ୍ର ଯାଏ ନେରେ..ନେରେ.. ନେରେ

ମୋତେ ସ୍ଵର୍ଗଦ୍ଵାର ଯାଏ ନେ

ତୁ ପରା ଏକା ମୋର ଅନ୍ଧ ଲଉଡ଼ି

ମୁଁ ଯିବି ବାହୁଡ଼ି

ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ଜୋଗାଡ଼ି ରଖିଥା ବାବୁ ଖଇ କଉଡ଼ି

ସଜାଡ଼ି ରଖିଥା ବାବୁ ପାଳ ଦଉଡ଼ି

ମୋତେ ମରଣ ଡାକୁଚି ଆରେ..ଆରେ..ଆରେ

ମୋତେ ମଶାଣି ଡାକୁଚି ଆ

ମୋତେ ଜମ ଡାକିଲାଣି ଆରେ..ଆରେ..ଆରେ

ମୋତେ କାଳ ଡାକିଲାଣି ଆ

ବେଳ ହେଲା ବେଳ ହେଲା ଯିବି ବାହୁଡ଼ି

ମୁଁ ଯିବି ବାହୁଡ଼ି

ଯିବି ବାହୁଡ଼ି

ଯିବି ବାହୁଡ଼ି

ମୁଁ ଯିବି ବାହୁଡ଼ି

PRASANT-HAL-ODISHAの他の作品

総て見るlogo