menu-iconlogo
huatong
huatong
avatar

To Aakhi Mo Aaina - From "Gupchup"

Satyajeet Pradhan/Amrita Nayak/Nabs/sarojhuatong
niunivalawahuatong
歌詞
レコーディング
ସୁନେଲି ସୁନେଲି ଖରା ତୋ ମୁହଁ ସାରା

କେବେ ଦିଶୁ ଗୋଲାପୀ ତୁ, କେବେ ଦିଶୁ ଗୋରା

ତୋ ଓଠରୁ ଝରି ପଡ଼େ ହସ ଚୁନାଚୁନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ମୋତେ ତ ଉଡ଼େଇ ନିଏ ପବନ-ଝୁଲଣା

ଫୁଲ ତ ପିନ୍ଧେଇ ଦିଏ ମୋ ଦେହେ ଗହଣା

ତୁମେ ମୋର ପାଖେ ଥିଲେ, କିଛି ମୁଁ ଚାହେଁନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ଯେତେ ମୁଁ ଜାଣିଛି ତତେ

ସେତିକି ଟାଣୁଛୁ ମୋତେ

ହାତରେ ଧରିଛୁ ସତେ ରେଶମୀ ଡ଼ୋରି

ଦୋଷ ନୁହେଁ ଏକା ମୋର

ତୁମେବି ତ ଯାଦୁଗର

ତୁମେ ତ କରିଛ ମୋତେ ମୋ ପାଖୁ ଚୋରି

ସବୁକିଛି ଉଠେ ଜିଇଁ, ତୁମେ ଦେଲେ ଛୁଇଁ

ପତର ସବୁଜ ହୁଏ, ଭରି ଯାଏ ନଈ

ବନେ ବନେ ନାଚି ଯାଏ, ମୋ ମନ ମଇନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ଫୁଲର ଖବର ନେଇ, ପବନ ଯାଉଛି ବୋହି

ତା ମନର ମହୁମାଛି ଡ଼ାକିବା ପାଇଁ

ମୁଁ ବି ବସିଛି ଏଠି, ତୋ ଚାହାଣି ଚୋରା ଚିଠି

ମୋ ଦୁଇ ହାତରେ ଧରି ପଢ଼ିବା ପାଇଁ

ତୁମେ ଦେଲେ ଛୁଇଁ ଲାଗେ ଭଲ ଖାଲି ଭଲ

କଥା କହେ ଫୁଲଗଛ, ହସିଦିଏ ଫୁଲ

ଖାଲି-ଖାଲି ଲାଗେ ଏଠି ସବୁ ତୁମ ବିନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ହୋ, ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

ତୋ ଆଖି ମୋ ଅଇନା

Satyajeet Pradhan/Amrita Nayak/Nabs/sarojの他の作品

総て見るlogo