ଶ୍ରୀ ମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ମାଗିବି କି ଅବା ଆଉ--୨
ମୋ ଜୀବନ ପଛେ ନର୍କେ ପଡ଼ିଥାଉ--୨ ଜଗତ ଉଧାର ହେଉ
ମହାବାହୁ ଜଗତ ଉଧାର ହେଉ
ଶ୍ରୀ ମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ମାଗିବି କି ଅବା ଆଉ ମାଗିବି କି ଅବା ଆଉ
ପାପ ଆଉ ପୁନ୍ୟ ଏ ଜଗତେ ଭରା ମାୟା ମୋହ ଏଠି ସବୁତ ଅସରା--୨
କି ଭିକ୍ଷା କରିବି ତାଙ୍କ ଶ୍ରୀ ଚରଣେ--୨ ତାଙ୍କୁ କି ଅଜଣା ଆଉ
ମହାବାହୁ ଜଗତ ଉଧାର ହେଉ
ତାଙ୍କ ହାତ ଗଢା ଏ ସାରା ସଂସାର ନ ପାରନ୍ତି ଯେବେ କରି ସେ ଉଧାର--୨
ଏକା ବସିଥାନ୍ତୁ ରତ୍ନ ସିଂହାସନେ--୨ ଏ ଜଗତ ଭାସି ଯାଉ
ମହାବାହୁ ଜଗତ ଉଧାର ହେଉ
ଶ୍ରୀ ମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ମାଗିବି କି ଅବା ଆଉ--୨
ମୋ ଜୀବନ ପଛେ ନର୍କେ ପଡ଼ିଥାଉ--୨ ଜଗତ ଉଧାର ହେଉ
ମହାବାହୁ ଜଗତ ଉଧାର ହେଉ
ଜଗତ ଉଧାର ହେଉ--୨