ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ ବାଆଁରା ପକ୍ଷୀ--୨
ତମେ ପଂଜୁରି ଦେଲ ତମେ ସିକୁଳି ଦେଲ
ତମେ ଆଧାର ଦେଲ ମୋତେ ପାଖକୁ ଡ଼ାକି
ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ ବାଆଁରା ପକ୍ଷୀ--୨
ତମ ଡାକରେ ଥିଲା ଏତେ ମହୁଲି ନିଶା
ଏତେ ମହୁଲି ନିଶା
ମୁଁ ତ ଉଡିବା ଛାଡ଼ି ଆସି ମାନିଲି ପୋଷା
ହାଏ ମାନିଲି ପୋଷା
ତମେ କନ୍ଦେଇ ଦେଲ ତମେ ହସେଇ ଦେଲ
ତମେ ଭସେଇ ଦେଲ ମୋତେ ଭଉଁରି ଦେଖି
ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ ବାଆଁରା ପକ୍ଷୀ--୨
ଏଇ ଦୁନିଆରେ ଥିଲା ପରା ଏତେ ଠିକଣା
ଏତେ ଠିକଣା
ତମେ ଖୋଜି ନେଲ ଖେଳିବାକୁ ଏଇ ଅଗଣା
କିଆଁ ଏଇ ଅଗଣା
ତମେ ସଜେଇ ଦେଲ ତମେ ଉଜେଇ ଦେଲ
ତମେ ଭିଜେଇ ଦେଲ ମୋର ଦୁଇଟି ଆଖି
ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ ବାଆଁରା ପକ୍ଷୀ--୨
ତମେ ପଂଜୁରି ଦେଲ ତମେ ସିକୁଳି ଦେଲ
ତମେ ଆଧାର ଦେଲ ମୋତେ ପାଖକୁ ଡ଼ାକି
ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ ବାଆଁରା ପକ୍ଷୀ--୨