ନୂପୁର କାହିଁକି ମୁଁ ବାନ୍ଧିଲି--୨
ପାଷାଣ ସେ ବୁଝିବ କିପରି--୨
ଛନ୍ଦ କାହିଁ ତୋଳି..ଲି
ନୂପୁର କାହିଁକି ମୁଁ ବାନ୍ଧିଲି--୨
ନିଜର ହୋଇ କେଜାଣି କାହିଁ
ନିରିଦୟ ପର ହେଲା
ପାଶେ ଥାଇବି ଲାଗୁଛି ସତେ
ପରଦେଶୀ ହୋଇ ଗଲା
ହେଲା ପଥର ମୁକ ବଧିର--୨
ପ୍ରୀତିବି ଗଲା ଭୁଲି..ଇ
ନୂପୁର କାହିଁକି ମୁଁ ବାନ୍ଧିଲି--୨
ହାଏ ନଥିଲି ଏମିତି କାଲି
ଗଲି ବଦଳି କେତେ
ନିଜର ରୂପ ଲାଗେ ଅଚିହ୍ନା
ଅଇନାରେ ଆଜି ମୋତେ
ଥିଲା ବିରହ ଆଖିର ଯାକୁ--୨
କଜଳ କରି ନେଲି..ଇ
ନୂପୁର କାହିଁକି ମୁଁ ବାନ୍ଧିଲି--୨
ପାଷାଣ ସେ ବୁଝିବ କିପରି--୨
ଛନ୍ଦ କାହିଁ ତୋଳି..ଲି
ନୂପୁର କାହିଁକି ମୁଁ ବାନ୍ଧିଲି
ନୂପୁର କାହିଁକି ମୁଁ ବାନ୍ଧିଲି--୨