menu-iconlogo
huatong
huatong
avatar

Paida bhitare pani

PRASANT-HAL-ODISHAhuatong
sirtrampsalothuatong
가사
기록
ପଇଡ଼ ଭିତରେ ପାଣି ଲୋ ଘରମଣି--୨

ଧୀରେ ଧୀରେ ଯିବୁ ଶିରି ମନ୍ଦିରକୁ--୨

ବାଇଶି ପାହାଚ ଗଣି ଗଣି ଗଣି

ଲୋ ଘରମଣି

ପଇଡ଼ ଭିତରେ ପାଣି ଲୋ ଘରମଣି

ତୋ ଠି ଲାଗିଛି କାଳିଆର ଡୋରି

ତୋତେ ସେ ଡ଼ାକିଚି ଯିବାପାଇଁ ପୁରି

ତୋ ଠି ଲାଗିଛି କାଳିଆର ଡୋରି

ତୋତେ ସେ ଡ଼ାକିଚି ଯିବାପାଇଁ ପୁରି

ମୁଁ ଏଠି ପଡ଼ିଛି ମୋ ଭାଗ୍ୟ ଆଦରି

ସଂସାର ଜାଲରେ ହୁଏ ସିନା ଘାରି..

ବାଟ ଭୁଲି ଯିବୁ ନାହିଁ ଆଉ କେଉଁ ରାଇଜେ

ଜଗା ସାଥେ ଦିନ ରାତି ବିତାଇବୁ ମଉଜେ

କଉଡ଼ି ରଖିଥା ଗଣି ଲୋ ଘରମଣି

କଉଡ଼ି ରଖିଥା ଗଣି ଲୋ ଘରମଣି

ହାତ ଯୋଡ଼ିଥିବୁ ଗରୁଡ଼ ପଛରେ--୨

ବେଢ଼ା ରୁ ବଳିତା ଶହେ ଆଠ କିଣି

ଲୋ ଘରମଣି

ପଇଡ଼ ଭିତରେ ପାଣି ଲୋ ଘରମଣି

ରସିକ ନାଗର କାଳିଆ କୁ ଚାହିଁ

ଭଳି ଯିବୁ ନାହିଁ ଆଲୋ ଚାନ୍ଦ ମୁହିଁ

ହୋ..ରସିକ ନାଗର କାଳିଆ କୁ ଚାହିଁ

ଭଳି ଯିବୁ ନାହିଁ ଆଲୋ ଚାନ୍ଦ ମୁହିଁ

ଘର ଭଙ୍ଗା ନିତି ଜାଣେ ସେ ଠାକୁର

ପଲକରେ ମୋହି ନେବ ତୋ ଅନ୍ତର

ଧୂପ ଦେବୁ ଦୀପ ଦେବୁ ଭୋଗ ଦେବୁ ଲଗେଇ

ମନ ଦେବୁ ନାହିଁ କେବେ ଜଗା ନେବ ଭୁଲେଇ

ଆଣିବୁ ନିର୍ମାଲ୍ୟ କିଣି ଲୋ ଘରମଣି

ହେ..ଆଣିବୁ ନିର୍ମାଲ୍ୟ କିଣି ଲୋ ଘରମଣି

ମେଲାଣୀ ମାଗିବୁ ବାହୁଡା ବେଳକୁ--୨

କଳା ସାଆନ୍ତ ମୋ ବଡ଼ ଅଭିମାନି

ଲୋ ଘରମଣି

ପଇଡ଼ ଭିତରେ ପାଣି ଲୋ ଘରମଣି--୨

ଧୀରେ ଧୀରେ ଯିବୁ ଶିରି ମନ୍ଦିରକୁ--୨

ବାଇଶି ପାହାଚ ଗଣି ଗଣି ଗଣି

ଲୋ ଘରମଣି

ପଇଡ଼ ଭିତରେ ପାଣି ଲୋ ଘରମଣି

ଲୋ ଘରମଣି--୨

PRASANT-HAL-ODISHA의 다른 작품

모두 보기logo