menu-iconlogo
huatong
huatong
sourav-bharadwaj-hey-jagannath-shreejagannath-cover-image

HEY JAGANNATH SHREEJAGANNATH

Sourav Bharadwajhuatong
🫧𓆩💙𝐌𝐀𝐃𝐇𝐀𝐕⍣⃟🦋💙𓆪🫧huatong
가사
기록

Music

00:41

ମେଞ୍ଚାଏ ନ ହେଲା ନାହିଁ,

ଯେଉଁ କାଣିଚାଏ ଦେଇ

ମେଞ୍ଚାଏ ନ ହେଲା ନାହିଁ,

ଯେଉଁ କାଣିଚାଏ ଦେଇ

ବଞ୍ଚେଇ ରଖିଛ ଜୀବନକୁ ମୋର

ଯାଇଛି ମୁଁ ଧନ୍ୟ ହୋଇ,

ଲୋଡ଼ା ନାହିଁମୋର ରାଜମହଲ

ଯେମିତି ସେମିତି ଅଛି ମୁଁ ଭଲ

ସାଥେ ସାଥି ହୋଇ ରହି ଥାଅ ସଦା

ମୋ ମୁଣ୍ଡ ଉପରେ ଥୋଇ ହାତ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ....

ତୁମେ ଚିରନ୍ତନ ମୁଁ ନିମିତ୍ତ,

ତୁମ ବିନା ନାହିଁ ମୋର ଅସ୍ତିତ୍ଵ

ହୋ... ତୁମ ପାଖେ ଋଣୀ ସାରା ଜଗତ,

ତୁମେ ଏକା ନାଥ ସବୁ ଅନାଥ

ମାୟା ମରୀଚିକା ପଛେ ଗୋଡେଇ,

ଏ ସାରା ସଂସାରେ ଏମିତି କେ ନାହିଁ

ଗଣ୍ଠି ଧନ ଭାବି ଯେତେ ଅରଜିଲେ,

ପାତିନାହିଁ ତୁମ ପାଖେ ହାତ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ..

ଦେହ ମନ ପ୍ରାଣ ବୁଦ୍ଧି ବିବେକ,

ଦୁଃଖ ସାଥେ ଯୋଡି ଦେଇଛ ସୁଖ

ହୋ.. ମଣିଷ ଜୀବନ ମୋର ସୌଭାଗ୍ୟ,

ବଡ ପଣେ ମତେ ଭାବିଛ ଯୋଗ୍ୟ

ଦିନକୁ ଦି ଓଳି ପେଟକୁ ଦାନା,

ଲାଜ ଢାଙ୍କିବାକୁ ଦେହକୁ କନା

ରାତିରେ ଦି ଘଡି ଶାନ୍ତିରେ ଶୋଉଛି,

ଆଖିକୁ ଦଉଛ ମୋର ନିଦ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ

ହେ ଜଗନ୍ନାଥ ହେ ଜଗନ୍ନାଥ ଶ୍ରୀଜଗନ୍ନାଥ..

Sourav Bharadwaj의 다른 작품

모두 보기logo

추천 내용