menu-iconlogo
huatong
huatong
suresh-wadekar-maha-prasada-chuin-cover-image

Maha Prasada Chuin

Suresh Wadekarhuatong
ohrita88huatong
가사
기록
ମହାପ୍ରସାଦ ଛୁଇଁ କହ ଚକା ନୟନ

ସତେ କି ରାଧା କୁ ତମେ ମନ ଦେଇନ

ମହାପ୍ରସାଦ ଛୁଇଁ କହ ଚକା ନୟନ

ସତେ କି ରାଧା କୁ ତମେ ମନ ଦେଇନ

ଘରଣୀ ରାଣୀ ତମର ମା କମଳୀନୀ

ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ

କାହିଁକି ବୁଲାଓ ତୁମେ

କାହିଁକି ବୁଲାଓ ତୁମେ ରାଧାମୋହନ....

ମହାପ୍ରସାଦ ଛୁଇଁ କହ ଚକା ନୟନ

ସତେ କି ରାଧା କୁ ତମେ ମନ ଦେଇନ

Song request by all ଜଗନ୍ନାଥ ପ୍ରେମୀ

ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ

ଭକତ ର ପ୍ରାଣ ସେଇ

ତାକୁ ଛୁଇଁ ପ୍ରଭୁ ମିଛ କହିଦେଲେ

ହୋଇଯିବ ଲକ୍ଷ୍ମୀ ଦ୍ରୋହି

ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ

ଭକତ ର ପ୍ରାଣ ସେଇ

ତାକୁ ଛୁଇଁ ପ୍ରଭୁ ମିଛ କହିଦେଲେ

ହୋଇଯିବ ଲକ୍ଷ୍ମୀ ଦ୍ରୋହି

ସତ ଯଦି କହିବ ହେ ଜଗତ ମୋହନ

ରୁଷି ଯିବେ ସାଆନ୍ତାଣୀ ରାନ୍ଧିବେନି ଅନ୍ନ

ଭାବିଚିନ୍ତି କୁହ ପ୍ରଭୁ

ଭାବିଚିନ୍ତି କୁହ ପ୍ରଭୁ କଳାବଦନ

ମହାପ୍ରସାଦ ଛୁଇଁ କହ ଚକା ନୟନ

ସତେ କି ରାଧା କୁ ତମେ ମନ ଦେଇନ

ପିତୃ ସତ୍ୟ ପାଳି ଚଉଦ ବରଷ

ହୋଇଥିଲ ବନଚାରୀ

ସତ୍ୟ ରକ୍ଷା କରି ଅର୍ଜୁନ ରଥ ରେ

ସାରଥୀ ହେଲ ଶ୍ରୀ ହରି

ହୋ.....

ପିତୃ ସତ୍ୟ ପାଳି ଚଉଦ ବରଷ

ହୋଇଥିଲ ବନଚାରୀ

ସତ୍ୟ ରକ୍ଷା କରି ଅର୍ଜୁନ ରଥ ରେ

ସାରଥୀ ହେଲ ଶ୍ରୀ ହରି

ଆଜି ଆଉ ଥରେ ସତ କୁହ ହେ ମାଧବ

ରାଧା ଗଉଡୁଣୀ ସାଥେ ତମର କି ଭାବ

ନ ହେଲେ ପ୍ରଭୁ ପଣରେ

ନ ହେଲେ ପ୍ରଭୁ ପଣରେ ହେବ ଅପମାନ

ମହାପ୍ରସାଦ ଛୁଇଁ କହ ଚକା ନୟନ

ସତେ କି ରାଧା କୁ ତମେ ମନ ଦେଇନ

ଘରଣୀ ରାଣୀ ତମର ମା କମଳୀନୀ

ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ

କାହିଁକି ବୁଲାଓ ତୁମେ

କାହିଁକି ବୁଲାଓ ତୁମେ ରାଧାମୋହନ

ମହାପ୍ରସାଦ ଛୁଇଁ କହ ଚକା ନୟନ

ସତେ କି ରାଧା କୁ ତମେ ମନ ଦେଇନ...

Suresh Wadekar의 다른 작품

모두 보기logo