menu-iconlogo
huatong
huatong
antara-chakraborty-dusta-pabana-cover-image

Dusta Pabana

Antara Chakrabortyhuatong
porsche2k4huatong
Lirik
Rakaman
ଦୁଷ୍ଟ ଏଇ ପବନର ଦେଖ କରାମତି

ହଁ, ଦୁଷ୍ଟ ଏଇ ପବନର ଦେଖ କରାମତି

ସାଜିଗଲା ଆଜି ସାଜିଗଲା ସେ ମୋ ହୃଦୟର ପ୍ରତିନିଧି

ଦୁଷ୍ଟ ଏଇ ପବନର ଦେଖ କରାମତି

ମୁଁ ତତେ ଝୁରୁଛି କେତେ

ମୁଁ ତତେ ଭାବୁଛି କେତେ

କହିଦବ ବୋଲି କରେ ନଜର-ବନ୍ଦୀ

ଦୁଷ୍ଟ ଏଇ ପବନର ଦେଖ କରାମତି

ମନକଥା ମନେ ଥାଉ, ଏଇମିତି ଭାବୁଥାଉ

ଭାବନାରେ ଖୁସି କେତେ ସତେ

ହଁ, କହିଦେଲେ କଥା ସରେ, ମଜା କରେ ଧିରେ-ଧିରେ

ବୁଝିନି ସିଏ କହିବି କେତେ

ମେଘ ହାତେ ଚିଠି ଧରେଇ ଦେଇଛି

ତୋ ମନ, ମୋ ମନ ବର୍ଷାରେ ଛନ୍ଦି

ଦୁଷ୍ଟ ଏଇ ପବନର ଦେଖ କରାମତି

ଆଖିରେ ସେ ରହିଥାଉ, ସାରାରାତି ନିଦ ନଉ

ସପନରେ ଅଛି ଖୁସି ଯେତେ

ହଁ, କହିଦେଲେ କଥା ସରେ, ମଜା ଥାଏ ନୀରବରେ

ଶୁଣିନି ସିଏ କହିବି କେତେ

ଫଗୁଣ ରଙ୍ଗରେ ଭିଜେଇ ଦଉଛି

ନାଇଛି ମୁଁ ଆଜି ତାର ପ୍ରେମର ବିନ୍ଦି

ଦୁଷ୍ଟ ଏଇ ପବନର ଦେଖ କରାମତି

ହଁ, ଦୁଷ୍ଟ ଏଇ ପବନର ଦେଖ କରାମତି

ସାଜିଗଲା ଆଜି ସାଜିଗଲା ସେ ମୋ ହୃଦୟର ପ୍ରତିନିଧି

ଦୁଷ୍ଟ ଏଇ ପବନର ଦେଖ କରାମତି

ମୁଁ ତତେ ଝୁରୁଛି କେତେ

ମୁଁ ତତେ ଭାବୁଛି କେତେ

କହିଦବ ବୋଲି କରେ ନଜର-ବନ୍ଦୀ

ଦୁଷ୍ଟ ଏଇ ପବନର ଦେଖ କରାମତି

ହଁ, ଦୁଷ୍ଟ ଏଇ ପବନର ଦେଖ କରାମତି

Lebih Daripada Antara Chakraborty

Lihat semualogo