ଉଫ୍... ତୋ ଚେହେରା
ଉଫ୍... ତୋ ଇଶାରା
ଉଫ୍... ତୋ ନଖରା ମତେ ମାରିଦେଲାରେ
ଉଫ୍... ତୋ ଚେହେରା
ଉଫ୍... ତୋ ଇଶାରା
ଉଫ୍... ତୋ ନଖରା ମତେ ମାରିଦେଲାରେ
ଧିରେ, ଧିରେ, ଧିରେ, ଧିରେ
ପ୍ରେମ ହେଇଗଲା ପରେ
ରଙ୍ଗ ଛିଟା ଆସି ମୋ ଦେହେ ଆଜି ଲାଗି ଗଲାରେ
ଉଫ୍... ତୋ ଚେହେରା
ଉଫ୍... ତୋ ଇଶାରା
ଉଫ୍... ତୋ ନଖରା ମତେ ମାରିଦେଲାରେ
ଗୋଲାପର ରଙ୍ଗ ଆସି ଲାଗିଛି ତୋ ମୁହଁରେ
ବାଟସାରା ଫୁଲ ଝରେ ଚାହିଁଦେଲେ ତୁ ଥରେ
ହଁ, ପ୍ରଜାପତି ଉଡ଼ି ଆସି ବସିଛି ମୋ ଦେହରେ
ସ୍ପର୍ଶ ତାର ପାଇଗଲି ଲାଜେ-ଲାଜେ ମନରେ
ଧିରେ, ଧିରେ, ଧିରେ, ଧିରେ
ମନ ମିଶିଗଲା ପରେ
ମେଘଟୋପା ଆସି ମୋ ହାତେ ପଡି ମୋତି ହେଲାରେ
ଉଫ୍... ତୋ ଚେହେରା
ଉଫ୍... ତୋ ଇଶାରା
ଉଫ୍... ତୋ ନଖରା ମତେ ମାରିଦେଲାରେ
ସକାଳର ସୁନା ଘର ପଡ଼ିଛି ମୋ ଦୁଆରେ
ଆଜି ମୋତେ ସିଏ ବୋଧେ ଡାକେ ତା ହୃଦୟରେ
ହୋ, କେତେବେଳେ ଘର ତୋଳି ରହିଲୁ ମୋ ଛାତିରେ
ଥିଲୁ ଜଣା, ହେଲା ଚିହ୍ନା ତୁ ଛୁଇଁଲା ପରେ
ଧିରେ, ଧିରେ, ଧିରେ, ଧିରେ
ବାଟ ଯୋଡ଼ିଗଲା ପରେ
ଜହ୍ନ ଆମ କଥା ଶୁଣି ହାଏ ଉଇଁ ଗଲାରେ
ଉଫ୍... ତୋ ଚେହେରା
ଉଫ୍... ତୋ ଇଶାରା
ଉଫ୍... ତୋ ନଖରା ମତେ ମାରିଦେଲାରେ
ଉଫ୍... ତୋ ଚେହେରା
ଉଫ୍... ତୋ ଇଶାରା
ଉଫ୍... ତୋ ନଖରା ମତେ ମାରିଦେଲାରେ