menu-iconlogo
huatong
huatong
kumar-bapi-a-jibana-sate-agnipatha-tiye-cover-image

A Jibana Sate Agnipatha Tiye

Kumar Bapihuatong
oceana38huatong
Lirik
Rakaman
ଏ ଜୀବନ ସତେ, ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ଏ ଜୀବନ ସତେ, ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ହେ ନନ୍ଦ-ନନ୍ଦନ

ତୁ ହେଲେ ଚନ୍ଦନ

ହେ ନନ୍ଦ-ନନ୍ଦନ

ତୁ ହେଲେ ଚନ୍ଦନ

ତୋ ଶୀତଳ ପରଶରେ ଲଂଘିଯିବି ଅଗ୍ନିପଥ

କାଳିଆ ରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ, ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ଚାଲିବାଟା ଭାରି କଷ୍ଟ

ଜୀବନ ଯେତିକି, କାମନା ସେତିକି

ଦୁଃଖ ପରେ ଖାଲି ଦୁଃଖ

ଜଳୁଛି ଏ ଦେହ, ଜଳୁଛି ଏ ମନ

ପାଇବାକୁ ଟିକେ ସୁଖ

ହଁ, ଜୀବନ ଯେତିକି, କାମନା ସେତିକି

ଦୁଃଖ ପରେ ଖାଲି ଦୁଃଖ

ଜଳୁଛି ଏ ଦେହ, ଜଳୁଛି ଏ ମନ

ପାଇବାକୁ ଟିକେ ସୁଖ

ଏ ଜୀବନ ସତେ, କଣ୍ଟକିତ ପଥ

ଚାଲିବାଟା ଭାରି କଷ୍ଟ

ହେ ବ୍ରହ୍ମ-ପରମ

ତୁ ହେଲେ କୁସୁମ

ହେ ବ୍ରହ୍ମ-ପରମ

ତୁ ହେଲେ କୁସୁମ

ତୋ କମଳ ପରଶରେ ଲଂଘିଯିବି କଣ୍ଟାପଥ

କାଳିଆ ରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ, ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ହୋ, ଚାଲିବାଟା ଭାରି କଷ୍ଟ

ଇଚ୍ଛା ଅସୁମାରୀ, ଯାଏ ମରି-ମରି

ବଞ୍ଚିବାଟା ଲାଗେ ବ୍ୟର୍ଥ

ନିଜେ କଷ୍ଟ ନେଇ, ଅବା କଷ୍ଟ ଦେଇ

ଜିଇଁବାରେ ନାହିଁ ଅର୍ଥ

ଇଚ୍ଛା ଅସୁମାରୀ, ଯାଏ ମରି-ମରି

ବଞ୍ଚିବାଟା ଲାଗେ ବ୍ୟର୍ଥ

ନିଜେ କଷ୍ଟ ନେଇ, ଅବା କଷ୍ଟ ଦେଇ

ଜିଇଁବାରେ ନାହିଁ ଅର୍ଥ

ଏ ଜୀବନ ସତେ, ମରୁପଥ ଟିଏ

ଚାଲିବାଟା ଭାରି କଷ୍ଟ

ପତିତପାବନ

ତୁ ହେଲେ ଶ୍ରାବଣ

ପତିତପାବନ

ତୁ ହେଲେ ଶ୍ରାବଣ

ତୋ କରୁଣା ବରଷାରେ ଲଂଘିଯିବି ମରୁପଥ

କାଳିଆ ରେ ଚାଲିଯିବି କିଛି ବାଟ

ଏ ଜୀବନ ସତେ, ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ଏ ଜୀବନ ସତେ, ଅଗ୍ନିପଥ ଟିଏ

ଚାଲିବାଟା ଭାରି କଷ୍ଟ

ହେ ନନ୍ଦ-ନନ୍ଦନ

ତୁ ହେଲେ ଚନ୍ଦନ

ହେ ନନ୍ଦ-ନନ୍ଦନ

ତୁ ହେଲେ ଚନ୍ଦନ

ତୋ ଶୀତଳ ପରଶରେ ଲଂଘିଯିବି ଅଗ୍ନିପଥ

କାଳିଆ ରେ ଚାଲିଯିବି କିଛି ବାଟ

କାଳିଆ ରେ ଲଂଘିଯିବି ଅଗ୍ନିପଥ

କାଳିଆ ରେ ଚାଲିଯିବି କିଛି ବାଟ

Lebih Daripada Kumar Bapi

Lihat semualogo