menu-iconlogo
logo

Jhumka Tora Nida Chorae

logo
Lirik
ପୁ=କୋଉ ରାଇଜ ରୁ ଓଲ୍ହେଇ ଆସିଛୁ..

ଦେବି ଟେ ପରି ଦିଶୁଚୁ

ସଜେଇ ହେଇ ତୁ ନିଆରା ଲାଗୁଛୁ..

କାହା ସାଥେ ନା ମିସୁଛୁ

ଝି=ପ୍ରେମ ନଗରୀ ର ଲବଙ୍ଗ ଦୀପ ର ଅ

ରାଜା ଟେ ପରି ଲାଗୁଛୁ

ଆଖିରେ ଆଖିରେ କିମିଆ କରୁଛୁ

ପାଖକୁ ଟାଣି ନେଉଛୁ..

ପୁ=ପାଦ ରେ ପାଉଁଜି ଯେବେ ବାଜୁଛି

ଛାତି ରେ ଖାଲି ତୋ ନାଁ ଶୁଭୁଚି

ଯାଯାବର ମନ ମୋର ଖାଲି ତତେ ଚାଏଁ..

ଝୁମକା ତୋର ନିଦ ଚୋରାଏ

ଚାହାଣି ତୋର ବାଟ ଭୁଲାଏ

ଝି=ଇସାରା ତୋର ପ୍ରେମ ଶିଖାଏ

ଆଖି ଟା ତୋର ବାଟ ଦେଖାଏ

ପୁ=କିଏ ତତେ ଗଢ଼ିଦେଲା

କଣ୍ଢେଇ କରି

ତୋ ପାଖରୁ ନଜର ମୋ

ଆସୁନି ଫେରି

ଝି=ପାପୁଲିରେ ନାଁ ତୋର

ଆଗରୁ ଥିଲା..

ତତେ ଏବେ ଦେଖି ମନ

ଚିନ୍ହି ପାରିଲା

ପୁ=ଲାଗୁଛି ତତେ ମୁଁ ଦେଖିଲା ପରେ

ସମ୍ପର୍କ ଥିଲା କି କୋଉ ଯୁଗ ରେ

ହୃଦୟରେ ଅନୁଭବ ତତେ ଦେଖି ହୁଏ

ଝୁମୁକା ତୋର ନିଦ ଚୋରାଏ

ଚାହାଣି ତୋର ବାଟ ଭୁଲାଏ

ଝି=ଇସାରା ତୋର ପ୍ରେମ ଶିଖାଏ

ଆଖି ଟା ତୋର ସ୍ୱପ୍ନ ଦେଖାଏ

ଝି=ପ୍ରେମ କରି ଇତିହାସ

ରଚିବା ଆମେ..

ଲିପିବଦ୍ଧ ରହିଯିବ ଆମରି ନାମେ..

ପୁ=ହାଏ..ମେଘ ଆଉ ମୟୁର ର

ସମ୍ପର୍କ ପରି

ସବୁଦିନ ରହିଥିବି ତୋ ହାତ ଧରି

ଝି=ଫୁଲ କୁ ଭଅଁର ଛୁଇଁଲା ପରେ

ବିଚାରି ଫୁଲ ଟା ଲାଜରେ ମରେ

କିଛି କଥା କହେନାହିଁ କିଛି କହିଦିଏ

ଇସାରା ତୋର ପ୍ରେମ ଶିଖାଏ

ଆଖି ଟା ତୋର ସ୍ବପ୍ନ ଦେଖାଏ

ପୁ -ହୁଁ.. ଝୁମୁକା ତୋର ନିଦ ଚୋରାଏ

ଚାହାଣି ତୋର ବାଟ ଭୁଲନା